Connect with us

ଓଡିଶା

ଜୁଲାଇ ୩ ରେ ସିଂହଦ୍ୱାରରେ ଲାଗିବ ତିନି ରଥ, ୪ରେ ଶ୍ରୀଗୁଣ୍ଡିଚା ଯାତ୍ରା

ସାଙ୍କେତିକ

ଜୁଲାଇ ୩ ରେ ସିଂହଦ୍ୱାରରେ ଲାଗିବ ତିନି ରଥ, ୪ରେ ଶ୍ରୀଗୁଣ୍ଡିଚା ଯାତ୍ରା
ପୁରୀ, ୧୦ ଜୁନ୍ – ଜୁଲାଇ ୪ରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଯାତ୍ରା ପାଇଁ ତିନିରଥ ପ୍ରସ୍ତୁତିରେ ଜୋରସୋରରେ ଲାଗି ପଡିଛନ୍ତି ବିଶ୍ୱକର୍ମା ମହାରଣାମାନେ । ରଥ ଖଳା ଏବେ ଚଳଚଂଚଳ । ଅକ୍ଷୟ ତୃତୀୟା ଦିନ ତିନି ରଥର ତିନୋଟି ୧୨ଫୁଟିଆ ଧଉରା କାଠ ରଥ ନିର୍ମାଣ ପାଇଁ ଅନୁକୁଳ ହେବାପରେ ମହାରଣାମାନେ ସଂକଳ୍ପ କରି ସେହିଦିନଠାରୁ ରଥ କାମରେ ନିୟୋଜିତ ହୋଇଛନ୍ତି । ଏହାସହ ଭୋଇ ସେବାୟତ, ରୂପକାର, ଚିତ୍ରକର, କମାର ଓ କରତିଆ ସେବକ କାର୍ଯ୍ୟରତ । ପ୍ରଥମେ ତୁମ୍ବ ନିର୍ମାଣ ହେବା ପରେ ତୁମ୍ବରେ ସୂତା ବାଡିଆ, ଅରବିନ୍ଧ, ଅଖବିନ୍ଧ ପରେ ତୁମ୍ବରେ ଅରଗୁଡିକ ସିଙ୍ଗଡାବାଡିଆ ହୋଇ ଅରରେ ପହି ଲାଗି ବିଲେଇ ବାଡିଆ ହୋଇଥାଏ । ତିନିରଥର ଦୁଇଟି ଚକ ସହ ଅଖ ସଂଯୁକ୍ତ କରାଯାଇ ରଖାଯାଇଛି । ଗତକାଲି ଗୁଆଲି ଅବସରରେ ଚକ କାମ ସବୁ ଶେଷ ହେବାପରେ ଭୋଇ ସେବାୟତଙ୍କ ଦ୍ୱାରା ପଂଚ ମହାଦେବଙ୍କୁ ପନ୍ତିଭୋଗ ଅର୍ପଣ କରାଯାଇଥିଲା । ତିନିରଥର ଗୁଜକାମ ରୂପକାର ସେବାୟତମାନେ ନୃସିଂହ ଚତୁର୍ଦ୍ଦଶୀଠାରୁ ଆରମ୍ଭ କରିଛନ୍ତି । ଚକ ଅଖ ସଂଯୁକ୍ତ ହେବାପରେ ଦଣ୍ଡା ବାଡିଆ ହୋଇ ଫ୍ରେମ ଉଠିବ । ସ୍ନାନପୂର୍ଣ୍ଣମୀ ଦିନ ପ୍ରତ୍ୟେକ ରଥରେ ଚାରିନାହାକା ଉଠିବ ।
ଶ୍ରୀମନ୍ଦିର ପ୍ରଶାସନର ଚୂଡ଼ାନ୍ତ ରଥଯାତ୍ରା କାର୍ଯ୍ୟସୂଚୀ ମୁତାବକ, ଜୁନ ୧୭ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୨ରେ ନବଯୌବନ ଦର୍ଶନ, ୩ରେ ଉଭା ଯାତ୍ରା, ୪ରେ ଶ୍ରୀଗୁଣ୍ଡିଚା ଯାତ୍ରା, ୮ରେ ହେରାପଂଚମୀ, ୧୦ରେ ସନ୍ଧ୍ୟାଦର୍ଶନ, ୧୨ରେ ବାହୁଡ଼ା ଯାତ୍ରା, ୧୩ରେ ସୁନାବେଶ, ୧୪ରେ ଅଧରପଣା, ୧୫ରେ ମହାପ୍ରଭୁ ନୀଳାଦ୍ରି ବିଜେ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା