Connect with us

ଓଡିଶା

ରାଜଧାନୀରେ ରଥଯାତ୍ରା ପାଳିତ

ସାଙ୍କେତିକ

ରାଜଧାନୀରେ ରଥଯାତ୍ରା ପାଳିତ
ଭୁବନେଶ୍ୱର, ୦୪ ଜୁଲାଇ – ଗୁରୁବାର ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୂଙ୍କ ପ୍ରସିଦ୍ଧ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ନୀତି ନିର୍ଘଂଟ ଅନୁସାରେ ରଥ ଟଣା ନୀତି ହୋଇଥିଲା । ରଥଯାତ୍ରା ପାଇଁ ଇସ୍କନ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ କିଟ୍ , ଖଣ୍ଡଗିରି , ଆରସିଏମ୍ ଠାରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଇଥିଲା । ବର୍ଷାକୁ ଖାତିର ନକରି ଲକ୍ଷ ଲକ୍ଷ ଭକ୍ତ ଭାବ ବିହ୍ୱଳିତ ହୋଇ ରଥ ଟାଣିବାର ପରିଲକ୍ଷିତ ହୋଇଥିଲା । ଘଂଟ , ଘଂଟା , ଶଙ୍ଖ , କାହାଳୀ ଓ ହୁଳହୁଳି ନାଦରେ ସମଗ୍ର ରାଜଧାନୀ ପ୍ରକମ୍ପିତ ହୋଇଥିଲା ।
ରଥଯାତ୍ରା ଲାଗି କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବିଏମସି ପକ୍ଷରୁ ପରିମଳ , ପାନୀୟ ଜଳ ଓ ଫାଷ୍ଟ ଏଡ୍ ର ବ୍ୟବସ୍ଥା କରାଯାଇଥିଲା ।
ଭୁବନେଶ୍ୱରର ଶୈଳଶ୍ରୀ ବିହାର , ରଘୁନାଥପୁର, ବରମୁଣ୍ଡା , ସଚିବାଳୟ , ୟୁନିଟ୍ ୫ , ୟୁନିଟ୍ ୮ , ଉତରା, ଜଟଣୀ , କୁଦିଆରି ଓ ପାଂଚଗାଁ ଆଦି ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ପୁରୁଣା ଭୁବନେଶ୍ୱର ୩ଟି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜମ୍ବେଶ୍ୱର ପାଟଣାର ଶ୍ରୀଜଗନ୍ନାଥ କମିଟି ପକ୍ଷରୁ ଛୋଟ ପିଲାଙ୍କ ରଥ ଯାତ୍ରାର ରଥ ଯାତ୍ରାରେ କୁନିକୁନି ପିଲାମାନେ ନାରାୟଣୀ ମନ୍ଦିରରୁ ଶ୍ରୀଜିଉଙ୍କୁ ପହଣ୍ଡି ଓ ରଥରେ ପୂଜା ପରେ ରଥ ଟଣା ହୋଇଥିଲା । ଅପରାହ୍ଣ ୫ଟାରେ ରଥ ଜମ୍ବେଶ୍ୱର ପାଟଣାରୁ ଛୋଟ ଛୋଟ ପିଲାମାନେ ରଥ ଟାଣି ଟାଣି ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ୱାର, ତିନିମୁଣ୍ଡିଆ ଛକ, ପରିଭ୍ରମଣ କରାଇ ଗଙ୍ଗା ଯମୁନା ମନ୍ଦିରକୁ ନେଇଥିଲେ । ଏଥିରେ କମିଟିର ସଂପାଦକ ବସନ୍ତ କୁମାର ସମର୍ଥା, ଗୌରୀ ଖଟେଇ, ବାବୁ ଖୁଂଟିଆ, ସୁବାଷ ବାରିକ, ସୁବାଷ ଦାସ, କେଦାର ପ୍ରଧାନ ଓ ଶତାଧିକ ସଭ୍ୟ ସାମିଲ ହୋଇଥିଲେ ।
ସେହିପରି ବଡ଼ଦାଣ୍ଡ ସାହିରେ ଘୋଷଯାତ୍ରା କମିଟି ପକ୍ଷରୁ ବାହୁଡ଼ା ଅନୁଷ୍ଠିତ ହୋଇଯାଇଛି । ବଡଦାଣ୍ଡ ସାହିରୁ ସୁସଜ୍ଜିତ ରଥ ବାହାରି ଶ୍ରୀଲିଙ୍ଗରାଜ ମନ୍ଦିର ନିକଟକୁ ଯାଇ ରଥ ଦାଣ୍ଡ ପରିକ୍ରମା କରି ରାମେଶ୍ୱର ବାରିକ୍ ସାହି ଛକ ନିକଟ ହନୁମାନ ମନ୍ଦିରକୁ ଯାଇଥିଲା । ଏହାକୁ କମିଟିର ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶୀଲ ପ୍ରହରାଜ, ଉପଦେଷ୍ଟା ଅମିୟ ବିଶୋଇ, ଅମିତ ଶତପଥି, ଗୌତମ ସାହୁ, ଭାରତ ବିଶୋଇ, ପିଂଟୁ ସାହୁ, ରାହୁଲ ସାହୁ ପ୍ରମୁଖ ପରିଚାଳଣା କରିଥିଲେ । ସେହିପରି ଭୀମଟାଙ୍ଗି ତଳ ଫେଜ୍ଠାରେ ସାଇ ଶ୍ରୀ କ୍ଲବ ପକ୍ଷରୁ ରଥ ଯାତ୍ରା ଅନୁଷ୍ଠିତ ହୋଇଯାଇଥିଲା । ରଥକୁ ଟଣା ଯାଇ ଭୀମଟାଙ୍ଗି ଫେଜ୍ ନଂ ୬ର ଅନନ୍ତ ନଗରକୁ ନିଆଯାଇଥିଲା । ଏହାକୁ ବବିତା ସାହୁ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା