Connect with us

ଅପରାଧ

ହିନ୍ଦୋଳ ବନାଞ୍ଚଳରେ ପଶୁ ଶିକାରୀଙ୍କ ଉପଦ୍ରବ

ସାଙ୍କେତିକ

ହିନ୍ଦୋଳ ବନାଞ୍ଚଳରେ ପଶୁ ଶିକାରୀଙ୍କ ଉପଦ୍ରବ
ସାନମୁଣ୍ଡା ପରେ ନୂଆବର୍ଷରେ ଦୁଦୁରକୋଟରେ ହାତୀ ମୃତ
ସାତମାଇଲି :- ହିନ୍ଦୋଳ ବନାଂଚଳ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ନିକଟସ୍ଥ କଞ୍ଜା ମୁଣ୍ଡିଆ ପାହାଡରେ ଗତ ମଙ୍ଗଳବାର ରାତିରେ ଶିକାରି ମାନଙ୍କ ଦ୍ୱାରା ଜନ୍ତୁ ଶିକାର ନିମନ୍ତେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଗୋଟିଏ ହାତୀର ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି ହିନ୍ଦୋଳ ବନାଂଚଳରେ ପଶୁ ଶିକାର କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ପ୍ରାୟ ପ୍ରତ୍ୟେକ ଦିନ ରାତିରେ ଏଭଳି ଭାବେ ବିଦ୍ୟୁତ କରେଂଟ ଦ୍ୱାରା ପଶୁ ଶିକାର କରାଯାଉ ଥିବାବେଳେ ଜନସାଧାରଣ ରାତି ଅଧରେ ବିଜୁଳି କଟିବା ଦ୍ୱାରା ଅସୁବିଧା ଭୋଗ କରୁଛନ୍ତି ।

ଏନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶନ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖାଯାଉଛି । ଫଳରେ ସ୍ଥନୀୟ ଅଂଚଳରେ ଚାପା ଗୁଞ୍ଜରଣ ସୃଷ୍ଟି ହେବାସହ ଅସନ୍ତୋଷର ଦାନା ବାନ୍ଧୁଛି । ଅଳ୍ପ ଦିନ ତଳେ ଏହିଭଳି ଭାବେ ବାଲିମୀ ଥାନା ଅନ୍ତର୍ଗତ ସାନମୁଣ୍ଡା ଅଂଚଳରେ ଗୋଟିଏ ବଡ ଦନ୍ତା ହାତୀ ଶିକାରୀର ବିଦ୍ୟୁତ ଫାସରେ ପଡି ମୃତ୍ୟୁ ଘଟଣା ଲୋକଙ୍କ ମନରୁ ନଯାଉଣୁ ଏବେ ପୁଣି ଏକ ଦୃର୍ଘଟଣା ଘଟିଛି । ଏନେଇ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ମଧ୍ୟ କୌଣସି ସହଯୋଗ ରହୁନଥିବା ଅଂଚଳବାସୀ ପ୍ରକାଶ କରିଛନ୍ତି । ହିନ୍ଦୋଳ ଉପଖଣ୍ଡର ବହୁ ଅଂଚଳରେ ଜଙ୍ଗଲି ହାତୀ ଗୁଡିକ ଅଧିକାଂଶ ସମୟରେ ଗ୍ରାମାଭିମୁଖୀ ହେଉଥିବାରୁ ସ୍ଥାନୀୟ ଜନସାଧାରଣ ବନ ବିଭାଗକୁ ଖବର ଦେଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁନଥିବା କ୍ଷୋଭର ସହ ଅଂଚଳବାସୀ ପ୍ରକାଶ କରନ୍ତି ।

ଏହିପରି ଭାବେ ବୁଧବାର ସକାଳୁ ଦୁଦୁରକୋଟ ଗ୍ରାମର କେତେକ ଗ୍ରାମବାସୀ କଞ୍ଜାମୁଣ୍ଡିଆ ନିକଟସ୍ଥ ପାହାଡକୁ ଶୌଚ ପାଇଁ ଯାଇ ହାତୀ ମରିପଡିଥିବା ଦେଖିବାକୁ ପାଇଥିଲେ । ସ୍ଥାନୀୟ ବନ ବିଭାଗକୁ ଭୋରରୁ ଖବର ଦେଇଥିଲେ ମଧ୍ୟ ବହୁ ବିଳମ୍ବରେ ବନବିଭାଗ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ଖବର ପାଇ ଘଟଣା ସ୍ଥଳକୁ ଢେଙ୍କାନାଳ ଡିଏଫଓ ସୁଦର୍ଶନ ପାତ୍ର ଓ ଢେଙ୍କାନାଳ ଏସିଏଫ ଜିତେନ୍ଦ୍ର କୁମାର ଦାସ ଆସି ପ୍ରାରମ୍ଭିକ ତଦନ୍ତ କରିବା ସହିତ ହାତୀଟିର ଶବ ବ୍ୟବଛେଦ କରାଯାଇ ଉକ୍ତ ହାତୀଟିକୁ ପୋତିଦେଇ ଥିବାବେଳେ ଏନେଇ କୌଣସି ଅଭିଯୁକ୍ତଙ୍କୁ ଧରାଯାଇନଥିବା ଜଣାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ