Connect with us

ଓଡିଶା

ଜଳେଶ୍ୱର-ଦୀଘା ରେଳ ଲାଇନ ନିର୍ମାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ସାଙ୍କେତିକ

ଜଳେଶ୍ୱର-ଦୀଘା ରେଳ ଲାଇନ ନିର୍ମାଣ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର,୨୧ା୧ : ଓଡ଼ିଶାର ଜଳେଶ୍ୱର ଓ ପଶ୍ଚିମବଙ୍ଗ ଦୀଘା ମଧ୍ୟରେ ୪୧ କିମି ବ୍ରଡଗଜ୍ ରେଳଲାଇନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୧-୧୨ରେ ଜଳେଶ୍ୱର-ଦୀଘା ପ୍ରକଳ୍ପ ପାଇଁ ମଞ୍ଜୁରୀ ମିଳିଥିଲା । ଏହି ପ୍ରକଳ୍ପର ୭ କିମି ପଶ୍ଚିମବଙ୍ଗରେ ଥିବା ବେଳେ ୩୪ କିମି ବାଲେଶ୍ୱରରେ ରହିଛି ।

ପଶ୍ଚିମବଙ୍ଗରେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ମଞ୍ଜୁରୀ ଲାଭ କରିବାର ଦୀର୍ଘ ୭ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରୁନି । ତେଣୁ ଏହି ପ୍ରକଳ୍ପର ଭୌଗୋଳିକା ପରିବର୍ତ୍ତନ ପାଇଁ ୨୦୧୧, ଜୁନ୍ ୧୩ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଅନୁରୋଧ ପତ୍ର ଦିଆଯାଇଥିଲା । ଏହି ରେଳ ଲାଇନ୍ ଓଡ଼ିଶାର ଭୁଷଣ୍ଡେଶ୍ୱର, ଚନ୍ଦନେଶ୍ୱର, ତଳସାରୀ-ଉଦୟପୁର ବିଚ୍ ଆଦି ଏକାଧିକ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳକୁ ସଂଯୋଗ କରିବ । ଯଦି ଏହି ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହୁଏ ତେବେ ତାହା ଉକ୍ତ ଅଞ୍ଚଳର ପର୍ଯ୍ୟଟନର ବିକାଶ ସହିତ ସ୍ଥାନୀୟ ଲୋକଙ୍କ ଆର୍ଥିକ-ସାମାଜିକ ପ୍ରଗତିରେ ସହାୟକ ହୋଇପାରିବ । ତେଣୁ ୭ ବର୍ଷ ଧରି ଲଟକି ରହିଥିବା ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଏହି ପ୍ରକଳ୍ପ ପାଇଁ ଜମି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସହଯୋଗ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା