Connect with us

ଅପରାଧ

ବିଧାୟକଙ୍କୁ ଗିରଫ ଦାବିରେ ବେଗୁନିଆ ଥାନା ଭଙ୍ଗାରୁଜା

ସାଙ୍କେତିକ

ବିଧାୟକଙ୍କୁ ଗିରଫ ଦାବିରେ ବେଗୁନିଆ ଥାନା ଭଙ୍ଗାରୁଜା
ଖୋର୍ଦ୍ଧା, : ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗବ୍ଦେବଙ୍କୁ ଗିରଫ କରିବା ଦାବିରେ ଆଜି ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ ବେଗୁନିଆ ଥାନା ଘେରାଉ କରିବା ସହିତ ଥାନା ଭିତରେ ପଶି ଭଙ୍ଗା ରୁଜ୍ଜା କରିଥିବା ଜଣାପଡ଼ିଛି । କିଛି ଦିନ ତଳେ କଂଗ୍ରେସ ଦଳ ସମର୍ଥିତ ବେଗୁନିଆ ଗ୍ରାମପଞ୍ଚାୟତର ମହିଳା ସରପଞ୍ଚଙ୍କୁ ଏକ ବିଲରେ ଦସ୍ତଖତ କରିବାକୁ ନେଇ ବିଧାୟକ ଧମକାଇଥିଲେ ।

ଏହି ଘଟଣାକୁ ନେଇ ବେଗୁନିଆ ଗ୍ରାମପଞ୍ଚାୟତର ସରପଞ୍ଚ ଏବଂ ସ୍ୱାମୀ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବିଧାୟକଙ୍କୁ ପୁଲିସ ଘଣ୍ଟ ଘୋଡ଼ାଇଥିଲା । ଫଳରେ ଆଜି ସରପଞ୍ଚଙ୍କ ସମର୍ଥକ କୁହାଯାଉଥିବା ଉତ୍ତ୍ୟକ୍ତ ଲୋକେ ବେଗୁନିଆ ଥାନା ଭିତରେ ଧସେଇ ପଶି ଭଙ୍ଗାରୁଜ୍ଜା କରିବା ସହିତ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିବା ଦ୍ୱାରା ଶହ ଶହ ସଂଖ୍ୟାରେ ଗାଡ଼ି ମଟର ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ।

ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଏସ.ଡ଼ି.ପି.ଓଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ବୋଲଗଡ଼ ବେଗୁନିଆ ବିଧାୟକଙ୍କ ଦବଙ୍ଗଗିରି ଯୋଗୁଁ ବେଗୁନିଆ ପୁଲିସଙ୍ଗୁ ଆଜି ଆକ୍ରୋସର ଶିକାର ହେବାକୁ ପଡ଼ୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି କୁହୁଳିବାରେ ଲାଗିଛି ।

ଏହା ଆଗାମୀ ସାଧାରର ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ବେଗୁନିଆ ପୋଲିସର କାର୍ଯ୍ୟ ଶୈଳୀକୁ ନେଇ ବହୁ ଦିନ ଧରି କୁହୁଳୁ ଥିବା ଅସନ୍ତୋଷର ନିଆଁ ଆଜି ଦେଖିବାକୁ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ