Connect with us

ଓଡିଶା

 ଜନସାଧାରଣ ପ୍ରକୃତ ମାଲିକ , ତାଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସାଙ୍କେତିକ

ବିଧାୟକ ମାନଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଜନସାଧାରଣ ପ୍ରକୃତ ମାଲିକ , ତାଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୩ ସେପ୍ଟେମ୍ବର – ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ପ୍ରକୃତ ମାଲିକ । ସେମାନଙ୍କୁ ଗୁରୁତ୍ୱ ଦେବା ଏବଂ ସେମାନଙ୍କ କାମ କରିବା ଉପରେ ଅଧିକ ଯତ୍ନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ବିଧାୟକ ଓ ବିଧାୟିକା ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ଉଚ୍ଚାରଣ , ଆଚରଣ ଓ ବିଧାନସଭାର ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ  । ଷୋଡଶ ବିଧାନସଭାର ବିଧାୟକ ମାନଙ୍କ ନିମିତ ଲୋକସଭା ସଚିବାଳୟ ଓ ରାଜ୍ୟ ବିଧାନସଭା ସଚିବାଳୟ ଦ୍ୱାରା ମିଳିତ ଭାବେ ବିଧାନସଭା ପରିସରରେ  ଆୟୋଜିତ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରି ଏହି ଗୁରୁମନ୍ତ୍ର ଦେଇଥିଲେ ।

ସେ କହିଥିଲେ ଯେ ସରଳ ଜୀବନଯାପନ କରିବା ସହିତ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କର । ସାଧରଣ ଲୋକଙ୍କ ସମସ୍ୟା ବୁଝିବା , ତାର ସମାଧାନ କରିବା ଉପରେ ଗୁରୁତ୍ୱ ଦେବା ସହ ସେମାନେ ଯେଉଁ ଉଦ୍ଦେଶ୍ୟରେ ବିଧାନସଭାକୁ ପଠାଇଛନ୍ତି ତାକୁ ପୂରଣ କରିବାକୁ ପ୍ରୟାସ କର । ବିଧାୟକ ହିସାବରେ ଦାୟିତ୍ୱ ଓ କର୍ତ୍ୟବ୍ୟ କଣ , ବିଧାନସଭା କଣ , ସବମିଶନ କଣ , ପଏଂଟ ଅଫ୍ ଅର୍ଡର , ଇ- ବିଧାନସଭା , ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟଧାରା କଣ ତାହା ବୁଝିନେବା ପାଇଁ ଚେଷ୍ଟା କରିବାର ଆବଶ୍ୟକତା ରହିଛି । ଏହି ପ୍ରଶିକ୍ଷଣ ମାଧ୍ୟମରେ ବିଧାୟକ ବିଧାୟିକାମାନଙ୍କୁ ସଚେତନ କରାଯିବ । ମାଲିକ ନହୋଇ ସେବକ ମନୋଭାବ ନେଇ କାର୍ଯ୍ୟ କରନ୍ତୁ । ଗଣତନ୍ତ୍ରରେ ବିଧାନସଭା ହେଉଛି ଆଇନ ପ୍ରଣୟନକାରୀ ସଂସ୍ଥା । ଏହି ସାମ୍ବିଧାନିକ ସଂସ୍ଥା ଆଇନ ପ୍ରଣୟନ କରେ, ସଂଶୋଧନ ଆଣେ, ବଜେଟ୍ ଅନୁମୋଦନ କରେ, ନୀତି ନିର୍ଦ୍ଧାରଣ କରେ । ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା କରିବା ହେଉଛି ଆମ ମାନଙ୍କର ପ୍ରଧାନ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ନବାଗତ ବିଧାୟକମାନେ ବିଧାନସଭାର କାର୍ଯ୍ୟାବଳୀ , ବିଧାନସଭାର ନିୟମାବଳୀ , ନିଜର ଦାୟିତ୍ୱ , କର୍ତବ୍ୟ ସମ୍ପର୍କରେ ଚେତାଇବ । ପ୍ରତି ୧୫ ଦିନରେ ଥରେ ବିଧାୟକମାନଙ୍କର ବୈଠକ ବସିବ । ଏଥିରେ ସେମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରାଯିବ ବୋଲି ସେ କହିଥିଲେ  ।

ଏହି କାର୍ଯ୍ୟକ୍ରମରେ ଉପବାଚସ୍ପତି ରଜନୀକାନ୍ତ ସିଂହ , ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ , ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ବେହେରା , ଲୋକସଭାର ବରିଷ୍ଠ ଅଧିକାରୀ ପୁଲିନ୍ ଭୂତିଆ , ରାଜ୍ୟ ବିଧାନସଭା ସଚିୀବ ଦାଶରଥୀ ଶତପଥୀ  ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା