Connect with us

ଆଞ୍ଚଳିକ

ଜରା ନିବାସ ହୋଟେଲ ହୋଇଥିବା ମାମଲା

ସାଙ୍କେତିକ

ଜରା ନିବାସ ହୋଟେଲ ହୋଇଥିବା ମାମଲା
ଭିଜିଲାନ୍ସ ତଦନ୍ତ ଦାବି କଲେ ରାଜ୍ୟ କଂଗ୍ରେସ ସମ୍ପାଦକ
ରାଉରକେଲା,୧୭ ସେପ୍ଟେମ୍ବର – ରାଉରକେଲା ହନୁମାନ ବାଟିକା ଠାରେ ଜରାନିବାସ ଏବେ ହୋଟେଲର ରୂପ ନେଇ ସେଠାରେ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗକୁ ନେଇ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଅଶୋକ ପଣ୍ଡା ଅଭିଯୋଗ ଆସିଲେ ସେ ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାରେ କିଛି ଅସୁବିଧା ନାହିଁ ବୋଲି କହିବା ପରେ ରାଜ୍ୟ କଂଗ୍ରେସର ସଂପାଦକ ରଶ୍ମୀ ରଂଜନ ପାଢୀ ଉଭୟ ମନ୍ତ୍ରୀ ଓ ରାଉରକେଲା ବିଧାୟକଙ୍କୁ ପ୍ରଶ୍ନ କରିବା ସହ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ।

ଏଠାରେ ନିବାସ ଅଛି ହେଲେ ଜରା ନାହାନ୍ତି । ମୋଟ ୧୭ଟି କୋଠରୀ ଏବେ ହୋଟେଲର ରୂପ ନେଇଛି । ସବୁ ରୁମରେ ଦାମୀ ପଲଙ୍କ ସାଙ୍ଗକୁ ଗଦିର ବ୍ୟବସ୍ଥା ରହିଛି । ଏହି ରୁମ୍ ପିଛା ଦିନକୁ ୫୦୦ ଟଙ୍କା ଭଡ଼ା ନିଆଯାଉଛି । ହନୁମାନ ବାଟୀକାରେ ହେଉଥିବା ବିବାହ, ବ୍ରତଘର ଲାଗି ଆସୁଥିବା ଲୋକେ ଏସବୁକୁ ନେଉଥିବା କୁହାଯାଉଛି । ସେ କହିଛନ୍ତି, ହନୁମାନ ବାଟୀକାରେ ଜରା ନିବାସ ଏକ ଟ୍ରଷ୍ଟ ମାଧ୍ୟମରେ ଚାଲିଛି ।ଏହି ଟ୍ରଷ୍ଟର ଅଧ୍ୟକ୍ଷ ଖୋଦ ନିଜେ ପୂର୍ବତନ ବିଧାୟକ ଦିଲୀପ ରାୟ । ସରକାରୀ ଜମି ଉପରେ ଏହି ବାଟୀକା ରହିଛି । ତେବେ ନିଜେ ଦିଲୀପ ବାବୁ ସାଂସଦ ଥିବା ବେଳେ କିଭଳି ଭାବେ ନିଜ ପାଣ୍ଠିରୁ ମହାନଗର ନିଗମ ରାଉରକେଲା ମାଧ୍ୟମରେ ୨୨ଲକ୍ଷ ୮୦ ହଜାର ଟଙ୍କା ଏହି ଜରାନିବାସରେ ଖର୍ଚ୍ଚ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଠିକ ସେହିଭଳି ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଲାଠିକଟା ବିଡିଓଙ୍କ ମାଧ୍ୟମରେ କିଭଳି ଏହି ଜରାନିବାସର ଉପରମହଲା ଲାଗି ୬ଲକ୍ଷ ଓ ତଳ ମହଲା ଲାଗି ୬ଲକ୍ଷ ଖର୍ଚ୍ଚ କରାଗଲା ?ଏହି କାମ ୨୦୧୭ ମସିହାରେ କରାଜିବା ନେଇ ବର୍ତମାନର ବିଧାୟକ ସାରଦା ବାବୁ ଜାଣନ୍ତି କି ନାହି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସମସ୍ତେ ଜାଣୁଛନ୍ତି ଯେ, ଏହା ଏକ ବ୍ୟକ୍ତିଗତ ଟ୍ରଷ୍ଟ ରେ ରହିଛି ତଥାପି ସରକାର କିଭଳି ଜାଣିପାରିଲେ ନାହିଁ ଓ ଏତେ ପରିମାଣର ଟଙ୍କା ଏଠି ଖର୍ଚ୍ଚ ହେଲା । ରାଜ୍ୟରେ ବିଜେଡି ସରକାର ରହିଛି, ଖୋଦ ସାରଦା ବାବୁ ଏଠାରେ ୨ଥର ବିଧାୟକ ଓ ଥରେ ଆର ଡି ଏ ର ଅଧ୍ୟକ୍ଷ ଥିଲେ ,ସେହି ସମୟରେ ଏସବୁ ଅର୍ଥ ସରକାରରୁ ଆସି ଜିଲ୍ଲା ପ୍ରଶାସନ ଦ୍ୱାରା ଖର୍ଚ୍ଚ ହେଲା । ସରକାରଙ୍କର ଅନେକ ଜିଲ୍ଲାପାଳ ମଧ୍ୟ ଏଠାରେ କାମକରିବା ସହ ଏହି ଅର୍ଥ ବିନିଯୋଗ ଲାଗି ସହେଯାଗ କରିଛନ୍ତି । ଏତେ ସବୁ ହେବା ସତ୍ୱେ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଏସବୁ କେମିତି ଜାଣି ପାରିଲେନି ବୋଲି ଶ୍ରୀ ପାଢୀ ପ୍ରଶ୍ନ କରିଛନ୍ତି । ତା ଛଡା ଦିଲୀପ ବାବୁ ଯେତେବେଳେ ବିଧାୟକ ଓ ସାଂସଦ ଥିଲେ ସେତେବେଳେ ଏହି ଟ୍ରଷ୍ଟ ଲାଗି ଅର୍ଥର ବ୍ୟବସ୍ଥା କରିଛନ୍ତି । ହେଲେ ବର୍ତମାନ ସେଠାରେ ଆଉ ଜରା ନିବାସର ଦେଖା ନାହିଁ,ଏହି କଥା ପଚାରିଲେ ମଧ୍ୟ କେହି କହି ପାରୁନାହାନ୍ତି । ସରକାରୀ ଅର୍ଥ ଖର୍ଚ୍ଚ ହେଲା ହେଲେ ସେଠାରେ ହୋଟେଲ ବ୍ୟବସାୟ କରି ଏକ ଟ୍ରଷ୍ଟ ତାର ଫାଇଦା ନେବାରେ ଲାଗିଛି । ତେଣୁ ସମସ୍ତ ଘଟଣାର ସତ୍ୟା ସତ୍ୟ ସରକାର ଜାଣିବାଲାଗି ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ଭିଜିଲାନ୍ସ ତଦନ୍ତ କରାଇ ପାରିଲେ ପାଣି କ୍ଷୀର ଅଲଗା ଅଲଗା ହୋଇଯାଇ ପାରିବ ବୋଲି ଶ୍ରୀ ପାଢୀ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦିଲୀପ ବାବୁ ସେତେବେଳେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଥିଲେ । ସେତେବେଳେ ଜିଲ୍ଲାପାଳ ଥିଲେ ଅଳକା ପଣ୍ଡା । ଏହି ହନୁମାନ ବାଟୀକା ସେତେବେଳେ ତିଆରି ଲାଗି ସରକାରୀ ମୂଲ୍ୟବାନ ଜମିକୁ ଜବର ଦଖଲ କରାଯିବା ବିଷୟ ତାଙ୍କ ନଜରକୁ ଆସିଥିଲା । ସେ ଏହାକୁ ଅଟକାଇବାରୁ ସେତେବେଳେ ରାଉରକେଲାରେ ବିଧାୟକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଶିତଳ ଯୁଦ୍ଧ ଆରମ୍ଭ ହୋଇଥିଲା । ଶେଷରେ ଜିଲ୍ଲାପାଳ ଅଳକା ପଣ୍ଡା ଏଠାରୁ ବଦଳି ହୋଇଥିଲେ । ତା ପରେ ହନୁମାନ ବାଟୀକା ତାର ରୂପ ନେଇ ସରକାରୀ ଜମୀ ଉପରେ ସେତେବେଳେ ଠିଆ ହୋଇଥିଲା । ତା ସହ ଯୋଡି ହୋଇଥିଲା ଜରାନିବାସ । ହେଲେ ବାଟୀକା ଭିତରେ ମନ୍ଦିର , ବାହାଘର ମଣ୍ଡପ, ଭୋଜନାଳୟ ସବୁ କିଛି ରହିଲା କିନ୍ତୁ ରହିଲାନି ଜରା ନିବାସ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ