Connect with us

ଅପରାଧ

ଛାତ୍ରୀଙ୍କୁ ଅସଦାଚରଣ :-ଅଭିଭାବକଙ୍କ ଥାନା ଘେରାଉ , ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ

ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ, ଛାତ୍ରୀଙ୍କୁ ଅସଦାଚରଣ
ଅଭିଭାବକଙ୍କ ଥାନା ଘେରାଉ , ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ନିଲମ୍ବିତ ହୋଇଛନ୍ତି ଅଭିଯୁକ୍ତ ଶିକ୍ଷକ । ଚନ୍ଦ୍ରଶେଖରପୁର ଥାନା ଘେରାଉ କରି କେତେକ ଅଭିଭାବକ ଅଡ଼ିବସିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣା ଘଟିବାର ଢେର ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେବାରୁ କିଛି ଅଭିଭାବକ ଥାନା ସମ୍ମୁଖରେ ମେଳି କରିଥିଲେ ପୁଲିସ୍‌ କୌଣସି ଅଘଟଣ ଆଶଙ୍କାରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିଲା । ଫଳରେ ଉକ୍ତ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ତରବରିଆ ଭାବରେ ଅଭିଯୁକ୍ତ ଗଣିତ ଶିକ୍ଷକ ଅବଦୁଲ୍ ସଲିମଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନା ଅନୁସାରେ ଗତ ମାସ ୯ ତାରିଖରେ ଦୁଇ ଜଣ ଛାତ୍ରୀ ଗଣିତ ଶିକ୍ଷକ ଅବଦୁଲ୍ ସଲିମଙ୍କ ନିକଟକୁ ଯାଇ ଖାତା ଦେଖାଉଥିବା ବେଳେ ସେ ଛାତ୍ରୀ ଦ୍ବୟଙ୍କୁ ଅସଦାଚରଣ କରିଥିଲେ । ଛାତ୍ରୀ ଦ୍ବୟ ଘରକୁ ଫେରିବା ପରେ ଏ ସଂପର୍କରେ ଅଭିଭାବକଙ୍କୁ ଜଣାଇଥିଲେ । ଅଭିଭାବକ ଦ୍ବୟ ସ୍କୁଲ୍ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ସହ ଚନ୍ଦ୍ରଶେଖରପୁର ଥାନାରେ ଏତଲା ମଧ୍ୟ ଦେଇଥିଲେ । କିନ୍ତୁ ପୁଲିସ୍ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇ ଚୁପଚାପ ବସିପଡିଥିଲା । ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଆଜି ଥାନା ସମ୍ମୁଖରେ କେତେକ ଅଭିଭାବକ ଅଡ଼ିବସିବା ପରେ ପୁଲିସ୍ ସ୍କୁଲରେ ପହଞ୍ଚିଥିଲା । ତେବେ ପୁଲିସ୍‌ ଘଟଣା ଦିନର ସିସିଟିଭି ଫୁଟେଜ୍‌ ଜବତ କରିଥିଲେ ମଧ୍ୟ କାହିଁକି କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିଲା, ସ୍କୁଲ କର୍ତ୍ତୃପକ୍ଷ ଓ ପୁଲିସ ମଧ୍ୟରେ କ’ଣ ସଲାସୁତୁରା ଥିଲା ତାହା ଅଭିଭାବକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ଘଟଣାର ତଦନ୍ତ କରୁଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ