Connect with us

ଓଡିଶା

ଚେନ୍ନାଇରେ ଓଡ଼ିଶା ନିବେଶକ ସମ୍ମିଳନୀ ହସ୍ପିଟାଲ ପ୍ରକଳ୍ପ ପ୍ରତି ଆକୃଷ୍ଟ ହେଲେ ନିବେଶକ

ଚେନ୍ନାଇରେ ଓଡ଼ିଶା ନିବେଶକ ସମ୍ମିଳନୀ
ହସ୍ପିଟାଲ ପ୍ରକଳ୍ପ ପ୍ରତି ଆକୃଷ୍ଟ ହେଲେ ନିବେଶକ
ଭୁବନେଶ୍ୱର,୨୬ା୯: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୧୮ ଅନ୍ତର୍ଗତ ଓଡ଼ିଶା ସରକାରଙ୍କ ପକ୍ଷରୁ ଚେନ୍ନାଇରେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଘ (ଏଫଆଇସିସିଆଇ) ସହଯୋଗରେ ଆୟୋଜିତ ରୋଡ୍ ଶୋ’ରେ ରାଜ୍ୟର ସ୍ୱାସ୍ଥ୍ୟ ସେବା ପ୍ରକଳ୍ପରେ ପୁଞ୍ଜି ନିବେଶ ପାଇଁ ନିବେଶକ ଆଗ୍ରହ ପ୍ରକାଶ କରିଛନ୍ତି । ଗତ ଦିଲ୍ଲୀ ରୋଡ୍ ଶୋ’ରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଥିବା ଆପୋଲୋ, କାବେରୀ, ଡକ୍ଟର ଆଇ ଇନଷ୍ଟିଚ୍ୟୁଟ୍ , ମେଡାଲମଙ୍ଗ ଆଦି ସ୍ୱାସ୍ଥ୍ୟ ସେବା କମ୍ପାନୀ ସହିତ ଆଲୋଚନା ହୋଇଥିଲା । ଆଜି ମୃାକ୍ସ ହେଲଥକେୟାର, ମଣିପାଳ ଗ୍ରୁପ୍, ଗ୍ଳୋକାଲ ହେଲଥ୍ କେୟାର, ଭିପିଏସ୍ ହେଲଥ୍ କେୟାର, ଯଶୋଦା ହସ୍ପିଟାଲ, ସିଗନସ୍ ମେଡିକେୟାର ଆଦି ୫୨ରୁ ଅଧିକ କମ୍ପାନୀ ସହିତ ଆଳୋଚନା ହୋଇଥିଲା । ଏହି ନିବେଶକ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ଘରୋଇ ସରକାରୀ ମିଳିତ ସହଯୋଗ (ପିପିପି) ରେ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପ୍ରମୂଖ ଜିଲ୍ଳା ମାନଙ୍କରେ ଏହା କାର୍ଯ୍ୟକାରୀ ହେବ । ଏହା ରାଜ୍ୟ ସରକାରଙ୍କ ୨୦୧୬ ହେଲଥ୍ କେୟାର ନିବେଶକ ବିକାଶ ନୀତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି । ରାଜ୍ୟର ୨୫ଟି ସ୍ଥାନରେ ୧,୩୦୦ କୋଟି ଟଙ୍କା ନିବେଶ ସହାୟତାରେ ୨,୯୦୦ ଶଯ୍ୟା ବିଶିଷ୍ଟ ନୂତନ ହସ୍ପିଟାଲ ନିର୍ମାଣର ପ୍ରସ୍ତାବ ରହିଛି । ଏହା ଦ୍ୱାରା ଆସନ୍ତା କିଛି ବର୍ଷ ମଧ୍ୟରେ ଛୋଟ ସହରରେ ମଧ୍ୟ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ । ଫଳରେ ଓଡ଼ିଶାରେ ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଏହାଦ୍ୱାରା ରାଜ୍ୟର ଆର୍ଥିକ ଅନଗ୍ରସର ପରିବାର ବିନା ମୂଲ୍ୟରେ ଚିକିତ୍ସା ସୁଯୋଗ ହାସଲ କରିପାରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଅନ୍ତର୍ଗତ ଏହା କାର୍ଯ୍ୟକାରୀ ହେବ । ଏହି ଯୋଜନା ଅନୁସାରେ ଝାରସୁଗୁଡ଼ାରେ ପିପିପି ମୋଡ୍ରେ କ୍ୟାନସର ହସ୍ପିଟାଲ ନିର୍ମାଣ ହେବ । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ୮୩ ଳକ୍ଷ ଲୋକଙ୍କୁ କ୍ୟାନସର ଚିକିତ୍ସା ଉପଲବବ୍ଧ କରାଯାଇପାରିବ । ଏହି କ୍ଷେତ୍ରରେ ଘରୋଇ ନିବେଶକଙ୍କୁ ରକ୍ଷାଣବେକ୍ଷଣ ଏବଂ ପରିଚାଳନା ଦାୟିତ୍ୱ ଦିଆଯିବ । ଏ କ୍ଷେତ୍ରରେ ଆପଲୋ ହସ୍ପିଟାଲ, କେୟାର ହସ୍ପିଟାଲ, ଆମ୍ରି ହସ୍ପିଟାଲ, ଏଲଭି ପ୍ରସାଧ ଆଇ ଇନଷ୍ଟିଚ୍ୟୁଟ୍, ସନସାଇନ୍ ହସ୍ପିଟାଲ ଆଦି ଜାତୀୟସ୍ତରୀୟ ସ୍ୱାସ୍ଥ୍ୟସେବା ହସ୍ୱିଟାଲ ରହିଛନ୍ତିି । ଏହି ନିବେଶକ ସମ୍ମିଳନୀରେ ରାଜ୍ୟ ପିପିପି ଏବଂ ପିଏମ୍, ପିଆଣ୍ଡସି ବିଭାଗ ସଚିବ ପ୍ରଦୀପ ଜେନା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା, ଓଏସଏମସିଏଲ ପରିଚାଳନା ନିର୍ଦ୍ଦେଶକ ସୁଶ୍ରୀ ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ଅନ୍ୟାନ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା