Connect with us

ଓଡିଶା

କର୍ତ୍ତବ୍ୟରେ ଅବହେଳା ୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା
୬ ଅଗ୍ନିଶମ କର୍ମଚାରୀ ନିଲମ୍ବିତ
ଭୁବନେଶ୍ୱର,୨୬ା୯ : ରାଜ୍ୟର ୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ସେଥିମଧ୍ୟରେ ମୟୁରଭଞ୍ଜ ଚିତ୍ରଡ଼ା ଦମକଳ କେନ୍ଦ୍ରର ଦୁଇ ଜଣ, ନୟାଗଡ଼ ଦଶପଲ୍ଲାର ଦୁଇ ଜଣ ଏବଂ ବାଲିଆପାଳର ଦୁଇ ଜଣ ଅଗ୍ନିଶମ କର୍ମଚାରୀ ରହିଛନ୍ତି । କର୍ତବ୍ୟରେ ଅବହେଳା ପ୍ରଦର୍ଶନ, ବିଶୃଙ୍ଖଳିତ ଆଚରଣ ଏବଂ କର୍ତବ୍ୟରୁ ଅନଧିକାର ଭାବେ ଓହରି ଯାଇଥିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ନେଇ କଟକ ସ୍ଥିତ କେନ୍ଦ୍ରୀୟ ରେଞ୍ଜ୍ ଫାୟାର ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅ।ନ୍ଦୋଳନ ଯୋଗୁଁ ସୋମବାର ରାତିରେ ଦଶପଲ୍ଲା, ବାଲିଆପାଳ ଓ ମୟୁରଭଞ୍ଜରେ ଅଘଟଣ ଘଟିଥିଲେ ବି ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁଲିଭାକୁ ଯାଇନଥିଲେ ।

ସୂଚନାଯୋଗ୍ୟ ଯେ ଗତ ସୋମବାରଠାରୁ ୬ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଅଗ୍ନିଶମ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଦଶପଲ୍ଲା ନିକଟସ୍ଥ ଶ୍ରୀରାମପୁରରେ ନିଆଁଲାଗି ୧୦ ବଖରା ଘର ଜଳିଯାଇଥିଲା । ସେହିପରି ମୟୁରଭଞ୍ଜ ମୋରଡାରେ ଜଣେ ୩ ବର୍ଷର ଶିଶୁ କୂଅରେ ବୁଡି ଯାଇଥିଲେ । ବାଲିଆପାଳରେ ମଧ୍ୟ ଏକ କୁକୁଡା ଦୋକାନରେ ନିଆଁ ଲାଗି ଶତାଧିକ କୁକୁଡା ପ୍ରାଣ ହରାଇଥିଲେ । ମାତ୍ର ବାରମ୍ବାର ଖବର ଦିଆଯିବା ସତ୍ୱେ ନିଜ ଜିଦ୍ରେ ଅଟଳ ରହି ଅଗ୍ନିଶମ ଅଧିକାରୀ ନିଆଁ ଲିଭାଇବାକୁ କିମ୍ବା ଉଦ୍ଧାର କରିବାକୁ ଯାଇ ନଥିଲେ । ଏହି ଘଟଣାରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା