Connect with us

ଦେଶ

‘ଗୋପୀ ବୋହୁ’ ଗିରଫ

ସାଙ୍କେତିକ ଚିତ୍ର

ଟେଲି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ‘ଗୋପୀ ବୋହୁ’ ଗିରଫ

ମୁମ୍ବାଇ / ଗୌହ୍ଵାଟୀ: ଏକ ହୀରା ବ୍ୟବସାୟୀଙ୍କ ମୃତ ଦେହ ଶୁକ୍ରବାର ମିଳିଥିବା ବେଳେ ଶନିବାର ଦିନ ତାଙ୍କ ହତ୍ୟା ଅଭିଯୋଗରେ ଲୋକପ୍ରିୟ ଟେଲି ଅଭିନେତ୍ରୀ ‘ଗୋପୀ ବୋହୁ’ଙ୍କୁ ଗିରଫ କରାଯାଇଛି । ଘଟ୍‌କୋପର (ପଶ୍ଚିମ)ର କାମା ଲେନ୍‌ ଅଞ୍ଚଳରେ ଥିବା ମହାଲକ୍ଷ୍ମୀ ଆପାର୍ଟମେଣ୍ଟର ବାସିନ୍ଦା ରାଜେଶ୍ୱର କିଶୋରିଲାଲ ଉଡାନ ନଭେମ୍ଭର ୨୮ ତାରିଖରୁ ନିରୁଦ୍ଦିଷ୍ଟ ଥିଲେ ।

ବର୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ , ଟିଭି ଧାରାବାହିକର ଲୋକପ୍ରି୍ରୟ ତାଉଡାନଙ୍କ ପୁଅ ରୋନକ୍‌ ଗତ ନଭେମ୍ବର ୨୯ ତାରିଖରେ ତାଙ୍କର ବାପା ନିରୁଦ୍ଦିଷ୍ଟ ଥିବା ନେଇ ଥାନାରେ ଏତଲା ଦେଇଥିଲେ । କିନ୍ତୁ ପୁନର୍ବାର ଉଡାନିଙ୍କ ପୁଅ ରୋନକ୍‌ ଡିସେମ୍ବର ୩ ତାରିଖରେ ଅପହରଣ ମାମଲା ରୁଜ୍ଜୁ କରିଥିଲେ । ତେବେ ଶୁକ୍ରବାର ସକାଳେ ଉଡାନିଙ୍କର ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା ଓ ତଦନ୍ତ ପରିସରକୁ ବଢ଼ାଇ ଦେଇଥିଲା ।ରକା ଦେବୋଲିନା ଭଟ୍ଟାଚାର୍ଯ୍ୟ (ଗୋପୀ ବୋହୁ)ଙ୍କୁ ମୁମ୍ବାଇର ଘଟ୍‌କୋପର ଥାନା ପୋଲିସ ଆସାମ ପୁଲିସ୍‌ ସହାୟତାରେ ଏହି ହତ୍ୟା ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରିଛି । ହୀରା ବ୍ୟବସାୟୀ ରାଜେଶ୍ୱର କିଶୋରିଲାଲଙ୍କ ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ରହିଛି । ଏହି କାରଣରୁ ତାଙ୍କୁ ଗିରଫ କରାଯାଇ ପୁଲିସ୍‌ ହେପାଜତ୍‌ରେ ନିଆଯାଇ ପଚାର ଉଚରା କରାଯାଉଛି ।

ପୁଲିସ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ, ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କର ଉକ୍ତ ହୀରା ବ୍ୟବସାୟୀଙ୍କୁ ହତ୍ୟା କରିବାରେ ପ୍ରଛନ୍ନ ହାତ ଅଛି । ‘ସାଥ୍‌ ନିଭାନୋ ସାଥିଆଁ’ର ଏହି ଲୋକପ୍ରିୟ ନାୟିକା ‘ଗୋପୀ ବୋହୂ’ ଏକ ସରଳ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହୋଇ ଲୋକଙ୍କ ନିକଟରେ ପରିଚିତ ହୋଇଥିଲେ କିନ୍ତୁ ତାଙ୍କ ଉପରେ ଲାଗିଥିବା ହତ୍ୟା ଅଭିଯୋଗ ଏବେ ତାଙ୍କର ଦର୍ଶକମାନଙ୍କୁ ବ୍ୟଥିତ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ