Connect with us

ଦେଶ

ଆଜି ୫ ରାଜ୍ୟର ଭାଗ୍ୟ ପରୀକ୍ଷା

ସାଙ୍କେତିକ ଚିତ୍ର

ଆଜି ୫ ରାଜ୍ୟର ଭାଗ୍ୟ ପରୀକ୍ଷା
ନୂଆଦିଲ୍ଲୀ,୧୦ା୧୨ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ୍ ଗଣତି ଓ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ମିଜୋରାମ ଆଦି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଭୋଟ୍ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଛତିଶଗଡ଼ର ୨୭ଟି ଜିଲ୍ଲା ସଦର କାର୍ଯ୍ୟାଳୟରେ ଭୋଟ ଗଣତି କେନ୍ଦ୍ର ସ୍ଥାପନ କରାଯାଇଛି । ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଧ୍ୟପ୍ରଦେଶରେ ସମଗ୍ର ଭୋଟ ଗଣତି ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବ । ଗତ ମାସ ୨୮ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନରେ ଶତକଡା ୭୫ ଭାଗରୁ ଊଦ୍ଧ୍ୱର ଭୋଟ୍ ମତଦାନ କରାଯାଇଥିଲା । ରାଜ୍ୟର ମୋଟ୍ ୩୦୬ଟି ଗଣନା ପ୍ରକୋଷ୍ଠରେ ଭୋଟ ଗଣତି ହେବ । ତେଲେଙ୍ଗାନାରେ ୪୩ଟି ସ୍ଥାନରେ ଭୋଟ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଅଧିକାଂଶ ଜିଲ୍ଲା ମୁଖ୍ୟାଳୟରେ ଭୋଟ ଗଣତି ରହିଛି । ଇଭିଏମ ଗୁଡିକୁ ତିନିସ୍ତରୀୟ ନିରାପତ୍ତା ବ୍ୟବସ୍ଥା, କଡା ପହରା ଓ ସିସିଟିଭି କ୍ୟାମେରା ପର୍ଯ୍ୟପେକ୍ଷଣରେ ରଖାଯାଇଛି ।

ଗତ ଶୁକ୍ରବାର ଦିନ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଶତକଡା ୭୩.୨ ଭାଗ ମତଦାନ ହୋଇଥିଲା । ମିଜୋରାମରେ ୧୩ଟି ଗଣତି କେନ୍ଦ୍ରର ୪୦ଟି ହଲରେ ଭୋଟ ଗଣତି କରାଯିବ । ଗଣତି ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ଓ ଅର୍ଦ୍ଧପର୍ଯ୍ୟବେକ୍ଷକମାନଙ୍କୁ ଗଣନା କେନ୍ଦ୍ରରେ ନିଯୁକ୍ତ କରାଯାଇଛି । ସେହିପରି ରାଜସ୍ଥାନରେ ୨୦୦ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୧୯୯ଟି ନିର୍ବାଚନ ମଣ୍ଡଳୀରେ ଗତ ଶୁକ୍ରବାର ଦିନ ଭୋଟ ଗ୍ରହଣ ହୋଇଥିଲା ଏବଂ ସୋମବାର ଶ୍ରୀଗଙ୍ଗନଗର ଜିଲ୍ଲାର କରନପୁର ଭୋଟ ଗ୍ରହଣ କେନ୍ଦ୍ରରେ ସାନି ଭୋଟ ନିଆଯାଉଛି । ମତଦାନ ସମୟରେ ଅନିୟମିତତା ଅଭିଯୋଗକୁ ନେଇ ସେଠାରେ ସାନି ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ