Connect with us

ଦେଶ

ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ମୋଦି ଓ ଯୋଗୀ ସରକାର କ୍ଷମତାଚୁକ୍ତ ହେବେ

ସାଙ୍କେତିକ ଚିତ୍ର

ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ମୋଦି ଓ ଯୋଗୀ ସରକାର କ୍ଷମତାଚୁକ୍ତ ହେବେ
ନୂଆଦିଲ୍ଲୀ :- ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ନେଇ ଉଠୁଛି ପଡୁଛି ରାଜନୀତି । ବିଜେପି ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ରାମ ମନ୍ଦିର ନିର୍ମାଣ ନେଇ ମୋଦି ଓ ଯୋଗୀ ସରକାରଙ୍କୁ ଧମକ ଦେଇ କହିଛନ୍ତିଯେ, ଯଦି ରାମ ମନ୍ଦିର ନିର୍ମାଣକୁ ସରକାର ବିରୋଧ କରନ୍ତି ବା ସହଯୋଗ ନକରନ୍ତି ,ତେବେ ଏହି ସରକାରକୁ କ୍ଷମତାଚୁକ୍ତ କରିବି ବୋଲି କହିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

ଦିଲ୍ଲୀ ସ୍ଥିତ ଜେଏନୟୁରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତିଯେ , ଆଗାମୀ ଜାନୁଆରୀରେ ରାମ ମନ୍ଦିର ନିର୍ମାଣ ନେଇ ଶୁଣାଣି ହେବ । କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ଯୋଗୀ ସରକାର ଥିବାରୁ ରାମ ମନ୍ଦିର ନିର୍ମାଣ ନେଇ ବିଶେଷ ଅସୁବିଧା ହେବ ନାହିଁ । କିନ୍ତୁ ଯଦି ସେମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରନ୍ତି ତେବେ ମୁଁ ତାଙ୍କ ସରକାରକୁ କ୍ଷମତାଚୁକ୍ତ କରିବି ।

ଏଠାରେ ଉଲ୍ଲେଖଯୋଗ୍ୟଯେ ,ଏହାପୂର୍ବରୁ ରାମ ମନ୍ଦିର ନିର୍ମାଣକୁ ନେଇ ଭିଏଚପି ପକ୍ଷରୁ ସାଧୁ ସନ୍ଥମାନଙ୍କର ମହାସଭା ଆୟୋଜନ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥ ଯୋଗ ଦେଇଥିଲେ । ସେତେବେଳେ ଭିଏଚପି ସଚିବ ଚମ୍ପତ ରାୟ କହିଥିଲେ, ରାମ ମନ୍ଦିର ନିର୍ମାଣ ପାଇଁ ଆମକୁ ପୂରା ଜମି ଦରକାର । ଏହି ଜମିକୁ ଭାଗ କରିବା ଫର୍ମୁଲା ମଞ୍ଜୁର ନୁହେଁ ବୋଲି ରୋକଠୋକ ଶୁଣାଇଥିଲେ । ଏପରିକି ଭିଏଚପି ଏହି ଜମିରେ ନମାଜ ପାଠ କରିବାକୁ ଦେବ ନାହିଁ ବୋଲି ସେ ଧମକ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ