Connect with us

ଦେଶ

ଗୋଟେ ମାଙ୍କଡ଼ ଜଣେ ବୃଦ୍ଧଙ୍କୁ ଇଟା ମାରି ହତ୍ୟାକଲା?

ସାଙ୍କେତିକ ଚିତ୍ର

ବାଗପତ (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାଗପତରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗୋଟେ ମାଙ୍କଡ଼ ଜଣେ ବୃଦ୍ଧଙ୍କୁ ଇଟା ମାରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ପୋଲିସକୁ ସବୁଠାରୁ ଅଡୁଆରେ ପକାଇଛି ପରିବାର ଲୋକଙ୍କ ଜିଦ । ସେମାନେ ଅଭିଯୁକ୍ତ ମାଙ୍କଡ ଉପରେ ଏଫଏଇଆର କରି ମାଙ୍କଡକୁ ଗିରଫ କାରବକୁ ଜିଦ ଧରି ବସିଛନ୍ତି । ଏହି ଘଟଣାଟି ଅକ୍ଟୋବର ୧୭ରେ ଘଟିଥିବା ବେଳେ ପରିବାର ଲୋକେ ବାରମ୍ବାର ମାଙ୍କଡ଼ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଧମକାଉଛନ୍ତି ।

ସୂଚନାଅନୁସାରେ , ମୃତକ ଧର୍ମପାଲ ଇଟା ଗଦା ହୋଇଥିବା ସ୍ଥାନରେ ଶୋଇଥିବା ବେଳେ ଇଟାଗଦା ଉପରକୁ ଡ଼େଇଁ ପଡିଥିଲା ମାଙ୍କଡ଼ । ଫଳରେ ଇଟାଗୁଡ଼ିକ ଖସି ତଳେ ଶୋଇଥିବା ଧର୍ମପାଲଙ୍କ ଉପରେ ପଡ଼ି ଯାଇଥିଲା । ଏହି ଘଟଣା ପରେ ଧର୍ମପାଲଙ୍କୁ ଆହତ ଅବସ୍ଥାରେ ଡ଼ାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ଅନ୍ୟ ପକ୍ଷରେ ପୁଲିସର ଏଭଳି ସୂଚନାକୁ ମନଗଢା ବୋଲି କହି ନିଜର ଏକ ଭିନ୍ନ ମତ ରଖିଛନ୍ତି ମୃତକଙ୍କ ଭାଇ କ୍ରିଷ୍ଣପାଲ ।

କ୍ରିଷ୍ଣପାଲଙ୍କ କହିବାଅନୁସାରେ , ଘରେ ପୂଜା ହେବାକୁ ଥିବାରୁ ଧର୍ମପାଲ କାଠ ଆଣିବା ପାଇଁ ଯାଇଥିଲେ । ଯେଉଁ ସମୟରେ ମାଙ୍କଡ଼ ତାଙ୍କୁ ଆକ୍ରମଣ କରିବା ସହ ଧର୍ମପାଲଙ୍କ ଛାତି ଏବଂ ମୁଣ୍ଡକୁ ଇଟା ଫିଙ୍ଗିଥିଲା । ଏହି ଘଟଣା ପରେ ଧର୍ମପାଲ ଗମ୍ଭୀର ଭାବରେ ଆହତ ହେବାରୁ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା । ଯେଉଁଠି ତାଙ୍କୁ ଡ଼ାକ୍ତର ମୃତ ବୋଲି ଘୋଷଣା କରିଥିଲେ । ପୁଲିସ ଅଭିଯୋଗ ଲେଖି ସାରିଥିବା ବେଳେ ଏହାର ସମାଧାନ ପାଇଁ ଉଚ୍ଚ ଅଧିକାରୀଙ୍କ ନିର୍ଦେଶକୁ ଅନାଇ ବସିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ