Connect with us

ଦେଶ

ପୋଲିସ ଦାରୋଗାକୁ ନିଗମ ପାର୍ଷଦ ଥାପଡ଼ ଉପରେ ଥାପଡ଼ ମାରିଲେ

ସାଙ୍କେତିକ ଚିତ୍ର

ମିରଟ :- ଉତ୍ତରପ୍ରଦେଶର ମିରଟ ସହର ସ୍ଥିତ ଏକ ର୍ରେସ୍ତୁରଣ୍ଟରେ ଜଣେ ପୋଲିସ ଦାରୋଗାକୁ ଜଣେ ନିଗମ ପାର୍ଷଦ ପିଟୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ୱାର୍ଡ ନଂ ४0 ର ପାର୍ଷଦ ମୁନୀଶ କୁମାରଙ୍କ ଏକ ର୍ରେସ୍ତୁରଣ୍ଟ କଙ୍କରଖେଡ଼ା ଥାନା କ୍ଷେତ୍ରରେ ଅଛି ।

ମୋହିଦିନପୁର ଥାନା ପ୍ରଭାରୀ ଜଣେ ମହିଳା ସହିତ ଖାଇବାକୁ ଆସିଥିବାବେଳେ ହୋଟେଲ ପରିଚାରକ ସହିତ ଝଗଡା ହୋଇଯାଇଥିଲା । ଯେଉଁଥିପାଇଁ ହୋଟେଲ ମାଲିକ ମୁନୀଶ କୁମାରଙ୍କୁ ଡକେଇବାକୁ ପଡିଥିଲା । ସେ କିଛି ସମର୍ଥକଙ୍କ ସହିତ ଆସି ଝଗଡ଼ା କରୁଥିବାବେଳେ ପୋଲିସ ସହିତ ଆସିଥିବା ମହିଳା ହଠାତ ପୋଲିସ ପାଖରୁ ବନ୍ଧୁକ ଆଣି ଧମକାଇଥିଲେ । ସେଥିରେ ଉତକ୍ଷିପ୍ତ ହୋଇ ମୁନୀଶ କୁମାର ଉକ୍ତ ପୋଲିସ ଦାରୋଗକୁ ଥାପଡ଼ ଉପରେ ଥାପଡ଼ ମାରିଚାଲିଥିଲେ । ତାଙ୍କ ମାଡ଼ରେ ପୋଲିସ ଜଣକ ତଳେ ପଡିଯାଇଥିଲେ ।

ଖବରପାଈ ସ୍ଥାନୀୟ ପୋଲିସ ଉଭୟ ପକ୍ଷକୁ ଥାନାକୁ ନେଇଯାଇ ତଦନ୍ତ ଆରମ୍ଭ କରିଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ