Connect with us

ଓଡିଶା

ଆଗୁଆ ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ବିଜେଡିର ପ୍ରସ୍ତାବ l

ଆଗୁଆ ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ବିଜେଡିର ପ୍ରସ୍ତାବ

ଆଗୁଆ ନିର୍ବାଚନ ନେଇ ନିର୍ବାଚନ ଆୟୋଗଙ୍କୁ ବିଜେଡିର ପ୍ରସ୍ତାବ
ରାଜ୍ୟର ୧ ହଜାର କୋଟି ଟଙ୍କା ବଞ୍ଚିଯିବ : ପିନାକୀ ମିଶ୍ର
ଭୁବନେଶ୍ୱର,୫ା୯ : ଦେଶରେ ଆଗୁଆ ରାଜ୍ୟସଭା ଏବଂ ଲୋକସଭାଏକ ସଂଗେ ନିର୍ବାଚନ ହେଲେ ୧ ହଜାର କୋଟି ଟଙ୍କା ରାଜ୍ୟର ବଂଚିଯିବ ବୋଲି ବିଜେଡ଼ିର ସାଂସଦ ପିନାକୀ ମିଶ୍ର ପ୍ରକାଶ କରିଛନ୍ତି । ଆଜି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯାଇ ଏହି ପ୍ରସ୍ତାବ ଦେଇଛନ୍ତି

। ସେଠାରୁ ଫେରିବା ପରେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ପକ୍ଷରୁ କୁହାଯାଉଛି । ଏହି ନିର୍ବାଚନରେ ଓଡ଼ିଶାକୁ ସାମିଲ କରିବା ପାଇଁ ବିଜେଡ଼ି ଦଳ ଚାହେଁ ବୋଲି ଆୟୋଗଙ୍କୁ ଜଣାଇଛନ୍ତି । ଆୟୋଗ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ହୋଇଥିବା ନିର୍ବାଚନ ଅନିୟମିତତା ମାମଲା ନେଇ ମଧ୍ୟ ଆୟୋଗଙ୍କ ସହିତ ଆଲୋଚନା କରିଥିଲେ । ଏହାକୁ ମନ୍ଦ ଉଦ୍ଦେଶ୍ୟରେ ତାଙ୍କ ନାମରେ ଏହି ମାମଲା କରାଯଇଥିଲା । ଏହା ଭିତିହୀନ ଓ କପୋଳକଳ୍ପିତ ବୋଲି ଜଣାପଡ଼ିଛି । ତେବେ ଚଳିତ ମାସ ଶେଷ ସୁଦ୍ଧା ଏହି ମାମଲାର ଫଇସଲା ହେବ ବୋଲି ଆଶା ରହିଛି ବୋଲି ଶ୍ରୀ ମିଶ୍ର କହିଥିଲେ । ତେଣୁ ମାମଲାଟିକୁ ରବ୍ଦ କରିବା ପାଇଁ ଆୟୋଗଙ୍କୁ ଅନୁରୋଧ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା