Connect with us

ଆଞ୍ଚଳିକ

ସ୍ଥଳଭାଗ ଛୁଇଁଲା ପେତାଇ

ସାଙ୍କେତିକ ଚିତ୍ର

ସ୍ଥଳଭାଗ ଛୁଇଁଲା ପେତାଇ , ଆନ୍ଧ୍ର ଓ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା
ଭୁବନେଶ୍ୱର,୧୭ା୧୨ : ସାମୁଦ୍ରିକ ଝଡ ପେତାଇ ସୋମବାର ଆନ୍ଧ୍ର ଉପକୂଳର ପୂର୍ବ ଗୋଦାବରୀର କାଟ୍ରେନିକୋଣା ଠାରେ ସ୍ଥଳଭାଗ ଛୁଇଁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ପ୍ରକାଶକରିଛନ୍ତି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବର୍ଷା ହେବ । ପରିସ୍ଥିତି ଉପର ନଜର ରଖାଯାଇଛି । ୨୪ ଘଂଟିଆ କେଂଟ୍ରାଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଧାନ ଢାଙ୍କିବା ପାଇଁ ଚାଷୀମାନଙ୍କୁ ପଲିଥିନ୍ ଦିଆଯାଇଛି । ଗଜପତି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତର କରିବାପାଇଁ କୁହାଯାଇଛି ।

ମାଲକାନଗିରି , ରାୟଗଡା , କୋରାପୁଟ, ନବରଙ୍ଗପୁର , ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ସତର୍କ ରହିବାକୁ କୁହାଯାଇଛି ।ବୌଦ୍ଧରେ କାଲିଠାରୁ ବର୍ଷା ଲାଗି ରହିଛି । ଫଳରେ ଖଳାରେ ପଡିଥିବା ଧାନ ଗୁଡିକ ଓଦା ହୋଇଯାଇଛି । କଳାହାଣ୍ଡିରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତିି । ଆନ୍ଧ୍ରରେ ଏହାର ମୁକାବିଲା ପାଇଁ ୧୨ଟି ଏନଡିଆରଏଫ୍ ଟିମ୍ ନିୟୋଜିତ ଅଛନ୍ତି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଅ ।ନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇଛନ୍ତି । ୬ଟି ଜିଲ୍ଲାର ୩୫୦ ଗାଁରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାସହ ୨୨ଟି ଟ୍ରେନ୍ ବାତିଲ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ