Connect with us

ଓଡିଶା

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ

ସାଙ୍କେତିକ

ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ
ନବୀନ ବାବୁ ଓଡିଆ ଲୋକମାନଙ୍କ ମୁଣ୍ଡରେ ଲଦିଲେଣି ୧ ଲକ୍ଷ କୋଟିର ଋଣଭାର-ଧର୍ମେନ୍ଦ୍ର ପ୍ରଧାନ
ଭଞ୍ଜନଗର/ଭୁବନେଶ୍ୱର,୧୦ ଅପ୍ରେଲ – ଓଡିଶାର ୧ ଲକ୍ଷ କୋଟି ଟଙ୍କା ରୁଣ ଭାର ନବୀନ ବାବୁ ଓଡିଆ ଲୋକଙ୍କ ମୁଣ୍ଡ ଉପରେ ଲଦି ସାରିଲେଣି । ଓଡିଆ ଲୋକଙ୍କ ପଇସାରେ ମଉଜ ମସ୍ତି କରିବାରେ ସାମିଲ ହୋଇଛନ୍ତି ଦୁଇ ଜଣ ଅଣ ଓଡିଆ ଖଣି ମାଫିଆ ଏବଂ କିଛି ଅଣ ଓଡିଆ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଓଡିଶା ଏଥର ଖଣିମାଫିଆ ତାମିଲନାଡୁର ପ୍ରଭାକରଣ ଓ ଆଶିଷ ସିଂହଙ୍କ ଦାଦାଗିରିର ଉତର ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଶୁଦ୍ଧ ପିଇବା ପାଣି ନାହିଁ, ଚାଷର ସୁବ୍ୟବସ୍ଥା ନାହିଁ, ଶିକ୍ଷକ ନାହାଁନ୍ତି, ଡାକ୍ତର ନାହାଁନ୍ତି,୨୪ ଘଂଟା ବିଜୁଳି ନାହିଁ, ଗଞ୍ଜାମର ଯୁବକ ସୁରଟ କାମ କରିବାକୁ ଯାଉଛି, ସରକାରୀ କାମ ବିନା ପିସିରେ ହେଉନାହିଁ । ଗଞ୍ଜାମ ଜିଲ୍ଲାର ଯୁବକ ଗୁଜୁରାଟରେ ପରିଶ୍ରମ କରି ତାହାର ସମ୍ପନ୍ନତା ଆଣିଥିବା ବେଳେ ସେମାନେ ଓଡିଶାରେ କାମ କରି କାହିଁକି ସମ୍ପନ୍ନତା ଆଣିପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କଳ, କାରଖାନା, ଉଦ୍ୟୋଗ, ବ୍ୟବସାୟର ସୁଯୋଗ ତିଆରି କରାଗଲେ ଏଠାରେ ସମ୍ପନ୍ନତା ଆସିପାରିବ ବୋଲି ସେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର କଲେ ନାହିଁ । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଶାସକ ଦଳର ମନ୍ତ୍ରୀ, ବିଧାୟକଙ୍କ ପରିବାର ଲୋକଙ୍କ ନାଁ ଆସୁଛି । ନବୀନ ବାବୁ ମହିଳା ସଶକ୍ତକରଣ କଥା କହୁଛନ୍ତି । ମାତ୍ର କୁନ୍ଦୁଲି ପୀଡିତା ଓ ବେବିନା ଗଣଦୁଷ୍କର୍ମ ମାମଲାରେ ତାଙ୍କୁ କାହିଁକି ନ୍ୟାୟ ଦିଆଯାଇନାହିଁ । ବେବିନା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ସଂରକ୍ଷକଙ୍କୁ ଟିକେଟ ଦିଆଯାଉଛି ।
ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟରେ ବିଜେପି ସରକାରକୁ ଆସିଲେ ମହିଳା ସଶକ୍ତିକରଣ ହେବ । ୧୫ ବର୍ଷରୁ କମ ବୟସର ଝିଅ ମାନଙ୍କ ସହ ଅତ୍ୟାଚାର କରିଥିବା ଆତତାୟୀ ମାନଙ୍କୁ ଫଶୀଦଣ୍ଡ ଦେବାର ବ୍ୟବସ୍ଥା କରାଯିବ । ସେହିପରି ଯୁବକଙ୍କୁ ରୋଜଗାର ଦେଇ ସ୍ୱରୋଜଗାର କରିବା ସହ ସବୁ ଗରିବ ପରିବାରଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଦିଆଯିବ, ୧ ଲକ୍ଷ ଟଙ୍କା ଜଳସେଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା