Connect with us

ଓଡିଶା

ଭୋଟଦାନ ଦିବସଟିକୁ ସବୈତନିକ ଛୁଟି ଦିବସ ଘୋଷଣା କଲେ ରାଜ୍ୟ ସରକାର

ସାଙ୍କେତିକ

ଭୋଟଦାନ ଦିବସଟିକୁ ସବୈତନିକ ଛୁଟି ଦିବସ ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର, ଅପ୍ରେଲ ୦୯ –୨୦୧୯ ମସିହା ସାଧାରଣ ଲୋକସଭା ଓ ଓଡ଼ିଶା ବିଧାନସଭାର ଏକକାଳୀନ ନିର୍ବାଚନ ପାଇଁ ଓଡ଼ିଶାରେ ·ରିଗୋଟି ପର୍ଯ୍ୟାୟରେ ଚଳିତ ମାସ ୧୧, ୧୮, ୨୩ ଓ ୨୯ ତାରିଖ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ, ବ୍ୟବସାୟ, ବ୍ୟାପାର ଓ ଶିଳ୍ପୋଦ୍ୟୋଗ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠାନର ପରି·ଳନା କର୍ତୃପକ୍ଷ କିମ୍ବା ନିଯୁକ୍ତିଦାତାମାନଙ୍କୁ ସେମାନଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂପୃକ୍ତ ନିର୍ବାଚନ ଦିବସଟିକୁ ସବୈତନିକ ଛୁଟି ଦିବସ ଘୋଷଣା କରିବାକୁ ଓଡ଼ିଶା ଶ୍ରମ ଓ କର୍ମ·ରୀ ରାଜ୍ୟବୀମା ବିଭାଗ ନିର୍ଦ୍ଦେଶ ଦେଇଛି ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ଶିଳ୍ପ ସଂସ୍ଥା(ଜାତୀୟ ଓ ପର୍ବପର୍ବାଣି) ଛୁଟି ଦିବସ ଅଧିନିୟମ, ୧୯୬୯ ମସିହାର
ଅନ୍ତଃସ୍ଥାପିତ ଧାରା ୩(୨) ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକମାନେ ତଥା ଲୋକ ପ୍ରତିନିଧି (ସଂଶୋଧନ) ଅଧିନିୟମ, ୧୯୯୬ର ଧାରା ୧୩୫ ବି(୧) ଅନୁଯାୟୀ ବ୍ୟବସାୟ, ବ୍ୟାପାର, ଶିଳ୍ପୋଦ୍ୟୋଗ କିମ୍ବା କୌଣସି ପ୍ରତିଷ୍ଠାନର ମାଲିକମାନେ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ଦିବସଟିକୁ ସବୈତନିକ ଛୁଟି ଦିବସ ରୂପେ ପ୍ରଦାନ କରିବାର ପ୍ରାବଧାନ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା