Connect with us

ଓଡିଶା

ଗଞ୍ଜାମରେ ମହାମହିମ ରାଷ୍ଟ୍ରପତି

ସାଙ୍କେତିକ

ଗଞ୍ଜାମରେ ରାଷ୍ଟ୍ରପତି

ଗୋଳାବନ୍ଧ ଏଡି କଲେଜ ଅତିଥି ଭବନରେ କଲେ ରାତ୍ରୀଯାପନ

ସମାବର୍ତନ ଉତ୍ସବରେ ଯୋଗଦେବେ

ଗଞ୍ଜାମ, ୨୭ ସେପ୍ଟେମ୍ବର – ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ରେ ପହଂଚି ଥିଲେ  । ତାଙ୍କ ସହିତ ତାଙ୍କର ସହଧର୍ମିଣୀ ସବିତା କୋବିନ୍ଦ, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିଛନ୍ତି  । ଏୟାର ଷ୍ଟ୍ରିପ୍ ରେ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ସେନା ବାହିନୀ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପରେ ସେଠାରୁ ତାଙ୍କୁ ସପତ୍ନିକ କାର୍ ଯୋଗେ ୨ କିମି ଦୂର ଗୋଳାବନ୍ଧ ଏଡି କଲେଜ ଅତିଥି ଭବନକୁ ନିଆଯାଇଥିଲା  । ରାଷ୍ଟ୍ରପତି  ଆଜି ସେଠାରେ ରାତ୍ରିରହଣି ପରେ ଆସନ୍ତା କାଲି ସକାଳେ ଏଡି କଲେଜର ଦୀକ୍ଷାନ୍ତ ଉତ୍ସବରେ ଯୋଗ ଦେବେ ଓ ବିଦ୍ୟାର୍ଥୀ ମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି  । ଏହି ଅବସରରେ ସେଠାରେ ଆୟୋଜିତ ହେବାକୁ ଥିବା ପ୍ୟାରେଡ଼୍ ରେ ରାଷ୍ଟ୍ରପତି ଅଭିବାଦନ ଗହଣ କରିବାର କାର୍ଯ୍ୟକ୍ରମ ରହିଛି  । ରାଷ୍ଟ୍ରପତିଙ୍କ ସହିତ ଏହି କାର୍ଯ୍ୟକ୍ରମରେ ସେନା ମୁଖ୍ୟ ବିପିନ୍ ରାୱତ ଯୋଗଦେବାର କାର୍ଯ୍ୟକ୍ରମ ରହିଛି  । ପ୍ରାୟ ଦେଢ଼ ଘଂଟାର ଏହି କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ସପତ୍ନିକ ଭୁବନେଶ୍ୱର ଫେରିବେ  । ସେଠାରୁ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି  । ଏଡି କଲେଜ ୧୯୮୪ ରେ ଗୋଳାବନ୍ଧରେ ପ୍ରତିଷ୍ଠା ହୋଇଥିଲା  । ଆନ୍ତା କାଲି ଏହାର ୨୫ ବର୍ଷ ପୂର୍ତି ଉତ୍ସବରେ ଭାରତର ରାଷ୍ଟ୍ରପତି ଯୋଗଦେଉଥିବାରୁ ଏହାକୁ ନେଇ ଜିଲ୍ଲା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି  ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା