Connect with us

ଓଡିଶା

ଖୁବ ଶୀଘ୍ର ହେବ ପିସିସି ପୁର୍ନଗଠନ : ନିରଂଜନ ପଟ୍ଟନାୟକ

ସାଙ୍କେତିକ

ଖୁବ ଶୀଘ୍ର ହେବ ପିସିସି ପୁର୍ନଗଠନ : ନିରଂଜନ ପଟ୍ଟନାୟକ
ଭୁବନେଶ୍ୱର, ୧୯ ସେପ୍ଟେମ୍ବର – ଖୁବ୍ ଶୀଘ୍ର ପିସିସି ପୁର୍ନଗଠନ ହେବ । କମିଟି ଗଠନ ନେଇ ଚଳିତ ମାସରୁ କାମ ଆରମ୍ଭ କରାଯିବ । ଏହି ସମୟ ମଧ୍ୟରେ କଂଗ୍ରେସକୁ ପୁଣିଥରେ ସୁସଙ୍ଗଠିତ କରିବା ପାଇଁ ସଭ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ କରାଯିବ ବୋଲି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି । ତଳସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତ କମିଟି ପୁନର୍ଗଠନ କରାଯିବ । ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ଦଳ ପାଇଁ କାମ କରିଛନ୍ତି ସେମାନଙ୍କୁ ନେଇ ଛୋଟ କମିଟି ଗଠନ କରାଯିବ । ପୂର୍ବଭଳି ଜୋନ କମିଟି ରହିବନି । ଏହା ବଦଳରେ ବ୍ଲକ କମିଟି ଗଠନ କରାଯିବ । ଦଳ ପାଇଁ କାମ କରିଥିବା ନେତାଙ୍କୁ ଅଗ୍ରାଧିକାର ଦିଆଯିବ । ଦଳ ବିରୋଧୀ ମନ୍ତ୍ୟ ନେଉଥିବା ନେତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଦେଶଷର ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ସମ୍ପର୍କରେ ଗାଁ ଗାଁରେ କଂଗ୍ରେସ ପହଂଚିବ ବୋଲି ସେ କହିଛନ୍ତି । ଏହାଛଡ଼ା ଅପରପକ୍ଷରେ ବିଜେପୁର ପ୍ରାର୍ଥୀ ଚୟନ ସମ୍ପର୍କରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, ସେ ଦାୟିତ୍ୱ ଆମେ ନରସିଂହ ମିଶ୍ରଙ୍କୁ ଦେଇଛୁ । ବିଜେପୁର ବାଜି ଜିତିବା ପାଇଁ କଂଗ୍ରେସ ଦେଢ ମାସ ଆଗରୁ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ପିସିସି ସଭାପତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଯାହା ନିଷ୍ପତି ନେବ ସେହି ଅନୁସାରେ କାର୍ଯ୍ୟ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା