Connect with us

ଆଞ୍ଚଳିକ

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଶାନ୍ତି ଶୋଭାଯାତ୍ରା ନିଷ୍ପତି

ସାଙ୍କେତିକ

ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଶାନ୍ତି ଶୋଭାଯାତ୍ରା ନିଷ୍ପତି
କନ୍ଧମାଳ, ୨୦ ସେପ୍ଟେମ୍ବର – କନ୍ଧମାଳ ଜିଲାରେ ଏକ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ଦାବୀରେ ଫୁଲବାଣୀ ସାମ୍ବାଦିକ ଭବନଠାରେ କନ୍ଧମାଳ ମିଳିତ ନାଗରିକ ମଂଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲାର ୮୦ ଭାଗ ଲୋକ ଦାରିଦ୍ର‌୍ୟ ସୀମାରେଖାର ତଳେ ଥିବାରୁ ଏହି ଜିଲା ରାଜ୍ୟର ଆର୍ଥିକ ସ୍ୱଚ୍ଛଳତା ରାଜ୍ୟର ସବୁଠାରୁ ପଛୁଆ ଜିଲା ଭାବରେ ପରିଗଣିତ ।

ରାଜ୍ୟର ଯେକୌଣସି ମେଡିକାଲ କଲେଜରେ ଚିକିତ୍ସା ସୁବିଧା ପାଇବାକୁ ହେଲେ ଏହି ଜିଲାର ଲୋକଙ୍କୁ ୨ଶହରୁ ୩ଶହ କିମି ରାସ୍ତା ଦେଇ ଯିବାକୁ ପଡୁଛି । ଫଳରେ ରାସ୍ତାରେ ହିଁ କିଛି ଗରୀବ ଶ୍ରେଣୀର ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି । ଆଉ କିଛି ଆର୍ଥିକ ଅଭାବରୁ ସେଠାରେ ଯାଇ ଚିକିତ୍ସିତ ହୋଇପାରୁନାହାନ୍ତି । ତେଣୁ କନ୍ଧମାଳ ଜିଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବୀ କରିଆସୁଛନ୍ତି ଜିଲାବାସୀ । ହେଲେ ସରକାର ଏହାକୁ ଅଣଦେଖା କରିଆସୁଛନ୍ତି । କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଦେଶର ବିଭିନ୍ନ ସ୍ଥାନରେ ୭୫ ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି । ତେଣୁ ଆସନ୍ତା ୨୧ ତାରିଖରେ ଜିଲାରେ ଗୋଟିଏ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ଦାବୀରେ କନ୍ଧମାଳ ଜିଲାର ୧୨ଟି ବ୍ଳକରେ ଏକା ସମୟରେ ଏକ ଶାନ୍ତି ଶୋଭାଯାତ୍ରା କରାଯିବା ସହିତ ସରକାରଙ୍କୁ ଏ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତି ନିଆଯାଇଛି ।

ଏହି ଶୋଭାଯାତ୍ରାରେ ଜିଲାର ସବୁ ସଂଗଠନ ସାମିଲ ହେବେ । ଜିଲା ସିଟିଜେନ ଫୋରମ ଠାରୁ ଆରମ୍ଭ କରି ଜିଲା ବିକାଶ ପରିଷଦ,ବାର୍ ଆସୋସିଏସନ,ପ୍ରେସ୍ କ୍ଳବ, ମିଡିଆ ଫୋରମ, ବରିଷ୍ଠ ନାଗରିକ ସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ, କୁଈ ସମାଜ, ପାଣ ସମାଜ, ଅଟୋ ସଂଘ, ବସ୍ ମାଲିକ ସଂଘ, ଟ୍ୟାକ୍ସି ଚାଳକ ସଂଘ, ମିନି ଟ୍ରକ୍ ସଂଘ, କୁଲି ମୂଲିଆ ସଂଘ, ବଣିକ ସଂଘ, କର୍ମଚାରୀ ସଂଗ୍ରାମ ସମିତି, ନେତାଜୀ ଯୁବକ ସଂଘ, ଜିଲା ନାଗରିକ ସଂଘ, ଟ୍ରାକ୍ଟର ଚାଳକ ସଂଘ, ପିଏଜି, ଖଲାସି ସଂଘ, କିନ୍ନର ସଂଘ ଭଳି ଜିଲାର ଅନେକ ଛୋଟ ବଡ ସଂଘର କର୍ମକର୍ତା ମାନେ ଏକାଠି ହୋଇ ଏହି ଆନ୍ଦୋଳନରେ ସାମିଲ ହେବା ସହିତ କନ୍ଧମାଳ ମିଳିତ ନାଗରିକ କମିଟିର ଏହି ଦାବୀକୁ ସମର୍ଥନ ଜଣାଇଛନ୍ତିି । ମିଳିତ ନାଗରିକ କମିଟି ଏହି ଦାବୀକୁ ଆଗକୁ ନେବ । ଏହି ବୈଠକରେ ଏକ ପରିଚାଳନା କମିଟି ଗଠନ କରାଯାଇଛି ।

ଜିଲାର ପ୍ରତି ବ୍ଳକରୁ ଜଣେ କିମ୍ବା ଦୁଇଜଣ ସଦସ୍ୟ କମିଟିରେ ରହିବା ବ୍ୟବସ୍ଥା କରାଯାଇଥିବାବେଳେ କମିଟିର ସଭାପତି ଭାବେ ଡଃ. ଅରୁପ କୁମାର ଜେନା ଓ ଆବାହକ ଭାବରେ ଅଶୋକ କୁମାର ପରିଡା ସର୍ବସମ୍ମତି କ୍ରମେ କମିଟିର ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ଉପ-ସଭାପତି ଭାବରେ ଗୋବିନ୍ଦ ଘଟାଲ, ମନୋଜ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ପ୍ରଶାନ୍ତ କୁମାର ପାତ୍ର, ଶିବାନନ୍ଦ ପଟ୍ଟନାୟକ, ପ୍ରଶନ୍ନ କୁମାର ସାହାଣୀ, ସୂର୍ଯ୍ୟ ମହାପାତ୍ର, ଅଜିତ କୁମାର ମହାରଣା, ସହ-ସମ୍ପାଦକ ଭାବରେ କୁନ୍ଦନ ସିଂ, ବିଶ୍ୱରଞ୍ଜନ ଦାସ, କୋଷାଧ୍ୟକ୍ଷ ଭାବେ ପଦ୍ମଚରଣ ସ୍ୱାଇଁ ସହକାରୀ କୋଷାଧ୍ୟକ୍ଷ ଭାବରେ ଏଲ. ତ୍ରିନାଥ ପାତ୍ର ମିଡିଆ ସେଲର ଅଧ୍ୟକ୍ଷ ଭାବରେ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବରେ ଶରତ ଚନ୍ଦ୍ର ସାହୁ, ମନୋଜ ଚୌଧୁରୀ, ଉମେଶ ପ୍ରସାଦ ପାତ୍ର, ଅନିଲ କୁମାର ଚୌଧୂରୀ, ପ୍ରମୋଦ ସାହୁ, ବିଦ୍ୟାଧର ସ୍ୱାଇଁ ପ୍ରମୁଖ ମନୋନୀତ ହୋଇଛନ୍ତି । କମିଟିର ଆଇନ ପରାମର୍ଶଦାତା ଭାବରେ ଆଇନଜିବୀ ବିଜୟକୃଷ୍ଣ ପଟ୍ଟନାୟକ ମନୋନୀତ ହୋଇଛନ୍ତି ।

ସେହିପରି ଉପଦେଷ୍ଟା ମଣ୍ଡଳୀରେ ନବୀନ କିଶୋର ପଣ୍ଡା, ରବିନ୍ଦ୍ରନାଥ ମିଶ୍ର, ବିଜୟ ମହାନ୍ତି(ଓକିଲ), ବିଜୟ ମହାନ୍ତି(ସାମ୍ବାଦିକ), ଆଇନଜୀବି ଅସୀମ ପ୍ରହରାଜ, ପ୍ରିୟନାଥ ଶର୍ମା, ବ୍ରଜକିଶୋର ପଟ୍ଟନାୟକ, ଅଶୋକ କୁମାର ବେହେରା, ନବକିଶୋର ବେହେରା ଓ ନାରାୟଣ ସାହୁ ପ୍ରମୁଖ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ