Connect with us

ଆଞ୍ଚଳିକ

କୋରାଇ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ

ସାଙ୍କେତିକ

କୋରାଇ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ
କୋରେଇ :- ବେଗନାସ୍ଥିତ କୋରାଇ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଆଜି ଉଦ୍ଘାଟିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ଇନଚାର୍ଯ୍ୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶାରୀରିକ ଅଧିକାରୀ ଶମ୍ଭୁନାଥ ଦାସ ଉଦ୍ଘାଟନ କରିଥିଲେ ।ସମ୍ମାନୀତ ଅତିଥିଭାବେ ସିଆରସିସି ମଧୁସୂଦନ ଜେନା, ସୌମିତ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ରଣାଙ୍କ ପରିଚାଳନାରେ ବାଳକ ଓ ବାଳିକା ୨ଟି ବିଭାଗରେ କ୍ରୀଡା ଆରମ୍ଭ ହୋଇଥିଲା । ୧ଶହ ମିଟର, ୨ଶହ ମିଟର ଦୌଡ, ସର୍ଟଫୁଟ, ଜାଭିଲିନ ତ୍ରୋ, ଲମ୍ବ ଡିଆଁ, ଉଚ୍ଚ ଡିଆଁ ଆଦି କ୍ରୀଡା କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକ ମାନେ ଉପସ୍ଥିତ ରଡି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ