Connect with us

ଓଡିଶା

କଲମପୁରରେ ପାଣି ପଂଚାୟତ ପକ୍ଷ ପାଳିତ

ସାଙ୍କେତିକ

କଲମପୁରରେ ପାଣି ପଂଚାୟତ ପକ୍ଷ ପାଳିତ
କଲମପୁର :- କଳାହାଣ୍ଡି ଜିଲ୍ଲା କଲମପୁର ଉପର ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଉପଖଣ୍ଡ ୨ ଜଳ ସଂପଦ ବିଭାଗ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ଦକ୍ଷିଣ କେନାଲ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ ପାଳନ କରା ଯାଇଛି । ପ୍ରଥମେ ପାଣି ପଂଚାୟତ ରଥକୁ ମୁଖ୍ୟ ଫାଟକ ନିକଟରେ ସ୍ୱାଗତ କରା ଯାଇଥିଲା ।

ଏହି ସମାରୋହକୁ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଦକ୍ଷିଣ କେନାଲ ବିଭାଜନ ୧ ର ନିର୍ବାହି ଯନ୍ତ୍ରୀ ରାଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ବ୍ଲକ ଅଧ୍ୟକ୍ଷା ମଂଜୁଳା ସାହୁ, ଅତିରିକ୍ତ ତହସିଲଦାର ଆଦିତ୍ୟ ପ୍ରଶାଦ ମିଶ୍ର, ଦିପ୍ତୀ ରଂଜନ ପ୍ରହାରାଜ, ସେକସନ ଅଫିସର ରାଜେନ୍ଦ୍ର କୁଲଦୀପ, ନିର୍ବାହି ଯନ୍ତ୍ରୀ ଜୁନାଗଡ ଗୋବର୍ଧନ ନାଏକ, ଇଂରାଜୀ ଅଧ୍ୟାପକ ଡ. ଅନ୍ତର୍ଯ୍ୟାମି ପରିଡା ପ୍ରମୁଖ ଅତିଥୀ ଭାବେ ଯୋଗଦେଇ ପାଣି ପଂଚାୟତର ଭୂମିକା, ଜଳ ସଂପଦର ସୁବିନିଯୋଗ, ଜଳ ସେଚନ ପ୍ରଣାଳୀର ଉପଯୁକ୍ତ ରକ୍ଷଣା ବେକ୍ଷଣ, ପରିବେଶ ସନ୍ତୁଳନ ଏବଂ ସୁରକ୍ଷା, କୃଷି ଉତ୍ପାଦନ ବୃଦ୍ଧି, କୃଷକ ମାନଙ୍କ ଆର୍ଥୀକ ଏବଂ ସାମାଜିକ ସ୍ଥିତିର ଉନ୍ନତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ବିଭିନ୍ନ ପାଣି ପଂଚାୟତର କର୍ମକର୍ତା ମାନେ ଦକ୍ଷିଣ ମୁଖ୍ୟ କେନାଲ, ଶାଖା କେନାଲ ଗୁଡିକୁ ଦୀର୍ଘ ଦିନରୁ ମରାମତି କରା ଯାଉ ନଥିବାରୁ କେନାଲ ତଳ ମୁଣ୍ଡକୁ ପାଣି ପହଂଚି ପାରୁ ନଥିବା ଅଭିଯୋଗ କରିଥିଲେ । ଚିତ ରଂଜନ ଦଳପତି ମଂଚ ସଂଯୋଜନା କରିଥିଲେ । ସହାକାରୀ କାର୍ଯ୍ୟ ନିର୍ବାହି ଯଂନ୍ତ୍ରୀ ନେଲସନ ତାଡିଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଦିପ୍ତୀ ରଂଜନ ପ୍ରହରାଜଙ୍କ ନେତୃତ୍ୱରେ ପାଣି ପଂଚାୟତ କର୍ମକର୍ତା ମାନଙ୍କ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ତିନି ଦଫା ଦାବୀ ପତ୍ର ନିର୍ବାହି ଯନ୍ତ୍ରୀଙ୍କୁ ପ୍ରଦାନ କରା ଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା