Connect with us

ଅପରାଧ

କୋଟିଏରୁ ଊର୍ଦ୍ଧ୍ୱ ପେନସନ ଅର୍ଥକୁ ହଡପକରି ଜେଲ୍ ଗଲେ ବ୍ୟାଙ୍କ୍ ବ୍ୟାଙ୍କ କନ୍ସଲଟାଣ୍ଟ

ସାଙ୍କେତିକ ଚିତ୍ର

କୋଟିଏରୁ ଊର୍ଦ୍ଧ୍ୱ ପେନସନ ଅର୍ଥକୁ ହଡପକରି ଜେଲ୍ ଗଲେ ବ୍ୟାଙ୍କ୍ ବ୍ୟାଙ୍କ କନ୍ସଲଟାଣ୍ଟ
ଭୁବନେଶ୍ୱର୧୬ା୧୨ :- କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣେ ବ୍ୟାଙ୍କ୍ ବିଜନେସ କରେସ୍ପଣ୍ଡେଟକୁ ଦୁଇଜଣ ମୃତବ୍ୟକ୍ତିଙ୍କ ନାମରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଜିଲା ରେମୁଣା ଥାନା ଅନ୍ତର୍ଗତ ମାଧିପୁର ଅଞ୍ଚଳର ପ୍ରଭାତ କୁମାର ଦାସ (୩୨) । ପ୍ରଭାତ ରେମୁଣାସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାର ବିଜନେସ କରେସ୍ପଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେ ପେନସନଧାରୀଙ୍କ ଖାତାକୁ ଟଙ୍କା ପଠାଇବା ଦାୟିତ୍ୱରେ ଥିଲେ ।

ସୂଚନାନୁସାରେ ,ସାବିତ୍ରୀ ବେହେରା ନାମ୍ନୀ ଜଣେ ପେନସନଧାରୀଙ୍କର ୨୦୧୪ ମାର୍ଚ୍ଚ ୨୨ରେ ଓ ଅନ୍ୟଜଣେ ପେନସନଧାରୀ ପର୍ଶୁରାମ ଗିରିଙ୍କର ଡିସେମ୍ବର ୨୭ତାରିଖରେ ମୃତ୍ୟୁ ଘଟିଥିଲା । କିନ୍ତୁ ପ୍ରଭାତ ଜାଲିଆତି କରି ୨୦୧୮ ନଭେମ୍ବର ୩୦ ମଧ୍ୟରେ ଉଭୟ ପେନସନଧାରୀଙ୍କ ଆକାଉଣ୍ଟକୁ ୧ କୋଟି ୩୨ ଲକ୍ଷ ଟଙ୍କା ଟଙ୍କା ପଠାଇଥିଲେ । ପର୍ଶୁରାମଙ୍କ ନାମରେ ୬୫ ଲକ୍ଷ ଏବଂ ସାବିତ୍ରୀଙ୍କ ନାମରେ ୬୭ ଲକ୍ଷ ଟଙ୍କାକୁ ପ୍ରଭାତ ହଡ଼ପ କରିନେଇଥିଲେ ।

ଏ ସମ୍ପର୍କରେ ଅବଗତ ହେବାପରେ ବ୍ୟାଙ୍କ୍ ଶାଖା ପରିଚାଳକ ଚଳିତମାସ ୧୨ ତାରିଖରେ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ପକ୍ଷରୁ ୨୬/୧୮ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ପ୍ରଭାତକୁ ରେମୁଣା ଅଞ୍ଚଳରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ଓ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ