Connect with us

ଓଡିଶା

କେବୁଲ ଟିଭି ଉପଭୋକ୍ତାଙ୍କ ଉପରେ ପଡିବ ଦର ବୃଦ୍ଧିର ଚଡକ

ସାଙ୍କେତିକ ଚିତ୍ର

ଜାନୁଆରୀ ମାସରୁ ଲାଗୁହୋଇପାରେ କେବୁଲ ଟିଭିର ନୂଆ ଦର

ଭୁବନେଶ୍ୱର :-ଆଗାମୀ ଦିନରେ କେବୁଲ ଟିଭିର ଦର ଅହେତୁକ ବୃଦ୍ଧି ପାଇବ . ଆଜି ଅନ୍ୟତମ ବିତରଣ ସଂସ୍ଥା ସିଟି କେବୁଲ ତାର ଅପରେଟର (LCO ) ମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିଥିଲା l ଏଥିରେ କେବୁଲ ଅପରେଟର ମାନଙ୍କୁ ନିକଟରେ ଟ୍ରାଇ (TRAI ) ଜାରିକରିଥିବା ନୂଆ ଗାଇଡଲାନ ଉପରେ ଚର୍ଚା କରାଯାଇଥିଲା l ନୂଆ ଗାଇଡଲାଇନ ଅନୁସାରେ ଗ୍ରାମାଞ୍ଚଳ ଓ ସହରାଂଚଳ ପାଇଁ ଥିବା ତାରତମ୍ୟ ଦର କୁ ଉଠାଇଦେଇ ସମସ୍ତଙ୍କ ପାଇଁ ସମାନ କରିଦିଆଯାଇଥିବା ବେଳେ ଗ୍ରାହକ ମାନଙ୍କୁ ନିଜ ଇଛାରେ ଚାନେଲ ଦେଖିବା ପାଇଁ ଛାଡିଦିଆଯାଇଛି l ଏଣିକି କେବୁଲ ଟିଭିର ଗ୍ରାହକମାନଙ୍କୁ ପ୍ରଥମ 100 ଟି ଚାନେଲ ,ଯାହାକୁ ଫ୍ରିରେ ବିତରଣ କରାଯାଏ ତାହାର ଦର 130 ଟଙ୍କା ରଖା ଯାଇଥିବାବେଳେ ସେଥିରେ 26ଟି ଦୂରଦର୍ଶନ ଚାନେଲ ବାଧ୍ୟତା ମୂଳକ ପ୍ରସାରଣ କରିବାକୁ ଟ୍ରାଇ ନିୟମ କରିଛି l ଏହାଛଡା ବିଭିନ୍ନ ମନୋରଞ୍ଜନ ଧର୍ମୀ ,ଖବର ପ୍ରସାରଣ ଓ ଖେଳ ସମ୍ବଧୀୟ ଦେୟଯୁକ୍ତ ଚାନେଲ ଗୁଡିକ ପାଇଁ ଉପୋଭୋକ୍ତା ମାନଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡିବ l ଏହା ଦ୍ୱାରା କେବୁଲଟୀଭି ର ମାସିକ ଦୟା ଅହେତୁକ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଊଛିଯେ ଗ୍ରାମାଞ୍ଚଳ ଓ ସହରାଂଚଳ ମଧ୍ୟରେ କୌଣସି ତାରତମ୍ୟ ରହିବ ନାହିଁ ସମସ୍ତଙ୍କପାଇଁ ସମାନ ଦେୟ ଦେବାକୁ ହେବ l

ଏକ ତୁଳନାତ୍ମକ ଦର ନିମ୍ନରେ ଦିଆଗଲା
→100ଟି ଦେୟ ମୁକ୍ତ ଚାନେଲ ପାଇଁ ଉପଭକ୍ତାଦେବେ 130 ଟଙ୍କା ( ଫ୍ରି ଚାନେଲ )
→ ଦେୟଯୁକ୍ତ ଚାନେଲ ଯାହାର ଦର 19.50 ପଇସାରୁ କାମ ହୋଇଥିବ ( ପେ ଚାନେଲ )
→ ଦେୟଯୁକ୍ତ ଚାନେଲ ଯାହାର ଦର 19.50 ପଇସାରୁ ଉର୍ଧ ହୋଇଥିବ ( ଅଲା-କାର୍ତ୍ତ )

ବର୍ତମାନ ଉପଭୋକ୍ତା ମାନେ 350 ଟି ଚାନେଲ ଯାହା ଭାରତବର୍ଷ ରେ ସବୁ ଧର୍ମ ଓ ସବୁ ଭାଷା କୁ ନେଇ ଉଦିଷ୍ଟ ଥିଲା ସମୁଦାୟ ଚାନେଲ କୁ ଦେଖିବା ପାଇଁ ସ୍ଥାନ ବିଶେଷରେ ଓଡ଼ିଶାର ଉପଭୋକ୍ତାମାନେ 200 ଟଙ୍କାରୁ 300 ତାଙ୍କ ପର୍ଯ୍ୟନ୍ତ ଦେୟ ଦେବାକୁ ପଡୁଅଛି l କିନ୍ତୁ ନୂଆ ଗାଇଡଲାଇନ ଅନୁସାରେ ଉପୋଭୋକ୍ତା ଯଦି ସବୁ ଚାନେଲଗୁଡିକୁ ଦେଖିବାକୁ ଚାହାନ୍ତି ତେବେ 1200 ଟଙ୍କା ଦେୟ ଦେବାକୁ ପଡିବ l

ଏଠାରେ ଉଲ୍ଲେଖଯୋଗ୍ୟଯେ, ଜଣେ ଓଡ଼ିଆ ଉପଭକ୍ତା ତେଲୁଗୁ ,କନ୍ନଡ ଚାନେଲ ଦେଖିବାକୁ ଚାହୁଁ ନଥିଲା କିନ୍ତୁ ବର୍ତମାନ ସମୟରେ ସେ ଦେଉଥିବା ମାସିକ ଦେୟରେ ଦେଖି ପାରୁଛି l କିନ୍ତୁ ଆଗକୁ ଜଣେ ଉପଭୋକ୍ତା ଯେତିକି ଚାନେଲ ଦେଖିବାକୁ ଚାହିଁବ , କେବଳ ସେତିକିର ଦେୟ ଦେବାକୁ ପଡିବ l

ଏକ ଆନୁମାନିକ ବିଶ୍ଲେଷଣ ରୁ ଜଣାଯାଏଯେ, ଏକ ଓଡ଼ିଆ ଉପୋଭୋକ୍ତା ଯେଉଁ ଉପୋଭୋକ୍ତାଙ୍କଇ କିଛି ଖେଳ ,ମନୋରଞ୍ଜନ ,ଖବର ଓ କାର୍ଟୁନ ଚାନେଲକୁ ନେଇ ଗ୍ରାହକ ହେବାକୁ ଇଛା ଥିବ ( ଅଣ ଓଡ଼ିଆ ଭାଷା ଭାଷୀ ଓ ଅନାବଶ୍ୟକ ଦେୟଯୁକ୍ତ ଚାନେଲଗୁଡିକୁ ବାଦ ଦେଇ ) ତାଙ୍କୁ ମାସିକ 350 ଟଙ୍କାରୁ 450 ଟଙ୍କା ଦେୟ ବାବଦକୁ ଦେବାକୁ ହେବ ଓ ଏହା ଉପରେ GST କର 18% ଅତିରିକ୍ତ ବୋଝ ପଡିବ ତେଣୁ ଆଗକୁ କେବୁଲ ଟିଭିର ଉପୋଭୋକ୍ତା ମାନଙ୍କ ଉପରେ ମାସିକ ଗ୍ରାହକ ଦେୟ ବୋଝ ଉପରେ ନଳିତା ବିଡା ସଦୃଶ ହେବାକୁ ଯାଉଅଛି

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା