Connect with us

ଓଡିଶା

ରାସ୍ତାରେ ମାଣବସାଇଲେ ଅଙ୍ଗନୱାଡ଼ି କର୍ମୀ

ସାଙ୍କେତିକ ଚିତ୍ର

ରାସ୍ତାରେ ମାଣବସାଇଲେ ଅଙ୍ଗନୱାଡ଼ି କର୍ମୀ
ଭୁବନେଶ୍ୱର,୬ା୧୨ : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କରସ ଆସୋସିଏସନ ତରଫରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ ଜାରୀ ରହିଛି । ଗୁରୁବାର ଦିନ ଅଙ୍ଗନବାଡୀ କର୍ମୀମାନେ ରାସ୍ତା ଉପରେ ମାଣବସା ଲକ୍ଷ୍ମୀପୂଜା କରିଛନ୍ତି । ରାଜ୍ୟ ସରକାର ଦାବି ପୂରଣ କରିବା ଦିଗରେ ଟାଳଟୁଳ ନୀତି କରୁଥିବା କାରଣରୁ ସଂଘ ତରଫରୁ ଗଣଧାରଣା ୧୧ ଦିନରେ ପହଂଚିଛି । ଗୁରୁବାର ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନୱାଡ଼ି କର୍ମଚାରୀମାନେ ଏହି ଧାରଣାରେ ଯୋଗଦାନ କରି ମାଣବସା ଲକ୍ଷ୍ମୀପୂଜା କରିଥିଲେ ।

ଅଙ୍ଗନୱାଡ଼ି କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା, ଯେତେଦିନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଇ ନାହିଁ, ସର୍ବନିମ୍ନ ମାସିକ ବେତନ ୧୮ ହଜାର ଟଙ୍କା ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ କରାଯିବା, ସୁପର ଭାଇଜର ପଦବୀକୁ କେବଳ ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ପଦୋନ୍ନତି କରାଯିବା, ମିନି ଅଙ୍ଗନୱାଡ଼ି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା ପ୍ରଦାନ କରିବା ସହିତ ସେହି କେନ୍ଦ୍ରରେ ଜଣେ ସହାୟିକା ନିଯୁକ୍ତି କରିବାର ବ୍ୟବସ୍ଥା କରାଯିବା, ନୂତନ ଖାଦ୍ୟ ତାଲିକାର ମୂଲ୍ୟବୃଦ୍ଧି କରାଯିବା, ଗ୍ରୀଷ୍ମଦିନେ ଏକମାସ ଗ୍ରୀଷ୍ମ ଛୁଟି ଦିଆଯିବା, ରାଜ୍ୟରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ୬୦ ବର୍ଷ ପରିବର୍ତେ ୬୫ ବର୍ଷ ବୟସରେ କାର୍ଯ୍ୟରହିତ କରାଯିବା ସହିତ ସେମାନଙ୍କୁ ଅବସର ସମୟରେ ଗ୍ରାଚ୍ୟୁଇଟି ବାଦଦକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା ଆଦି ଦାବିରେ ଶହଶହ ଅଙ୍ଗନବାଡୀ କର୍ମୀ ଧାରଣାରେ ବସି ରହିଛନ୍ତି ।

ଏହି ଧାରଣା କାର୍ଯ୍ୟକ୍ରମରେ ବିଏମ୍ଏସ୍ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିନୟ କୁମାର ତ୍ରିପାଠୀ, ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, ବୌଦ୍ଧ ଜିଲ୍ଲା ସଭାନେତ୍ରୀ ଉର୍ମିଳା ମହାପାତ୍ର, ସମ୍ପାଦିକା ସତ୍ୟବତୀ ସାହୁ, ନୟାଗଡ଼ ଜିଲ୍ଲା ସମ୍ପାଦିକା ବିନୋଦିନୀ ପରିଡ଼ା ଓ ପରମେଶ୍ୱର ବିଶୋଇ ପ୍ରମୁଖ ଉଦବୋଧନ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା