Connect with us

ଓଡିଶା

କୁହୁଡି ଯୋଗୁଁ ବିମାନଯାତ୍ରୀ ହଟହଟା

ସାଙ୍କେତିକ

କୁହୁଡି ଯୋଗୁଁ ବିମାନଯାତ୍ରୀ ହଟହଟା
ଭୁବନେଶ୍ୱର,୨୩ା୧: କୁହୁଡି ଯୋଗୁଁ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ଘାଟିରେ ଏୟାର ଏସିଆର ଏଫଡି ୧୧ ବିମାନ ଭୁବନେଶ୍ୱରରେ ଅବତରଣ କରିନପାରି କୋଲକାତା ଫେରିଯାଇଥିଲା । ବିମାନରେ ପ୍ରାୟ ୨ ଘଂଟା ଧରି ଯାତ୍ରୀମାନେ ଅଟକି ରହିଥିଲେ । ଅପରାହ୍ନ ୨ଟା ୪୫ରେ ସେମାନେ ବିମାନ ଯୋଗେ ଭୁବନେଶ୍ୱରରେ ପହଂଚିଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ରାତିରେ ବ୍ୟାଙ୍କକକ୍ରୁ ୧୫୦ ଯାତ୍ରୀଙ୍କୁ ଧରି ଏୟାର ଏସିଆର ଏହି ବିମାନ ଭୁବନେଶ୍ୱର ଆସୁଥିଲା । ତେବେ ଭୁବନେଶ୍ୱର ଆକାଶରେ କୁହୁଡ଼ିର ଆସ୍ତରଣ ଯୋଗୁ ବିମାନଟି ଏଠାରେ ଅବତରଣ କରିପାରି ନଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା