Connect with us

ଓଡିଶା

ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡିଶା ନିଜର ହକ୍ ଛାଡିବନି : ନବୀନ
କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ
ଭୁବନେଶ୍ୱର,୨୪ା୧: ଏଣିକି କେନ୍ଦ୍ର ସରକାରଙ୍କ ଅବହେଳାକୁ ଓଡିଶା ବରଦାସ୍ତ କରିବ ନାହିଁ । ନିଜର ହକ୍ ମଧ୍ୟ ଛାଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଝାରସୁଗୁଡାର ଅମଲ୍ଲିପାଲୀ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଝାରସୁଗୁଡାରେ ବିମାନଘାଟି ଉଦଘାଟନ ହେଲା । ପ୍ରଚାର କରାଗଲା । ମାତ୍ର ବିମାନ ଆସିଲା ନାହିଁ । ବିମାନକୁ ଚାଲୁ ରଖିବାପାଇଁ ରାଜ୍ୟ ସରକାର ପଇସା ଦେବେ ବୋଲି କହିଥିଲେ ହେଁ କେନ୍ଦ୍ର ଶୁଣିଲା ନାହିଁ ।

କୋଇଲା ରୟାଲଟି ରିଭିଜନ୍ କରିବାପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ହେଁ ତାହା କରାଯାଇନାହିଁ । ୨୦୧୫ରୁ ରୟାଲଟିର ସଂଶୋଧନ ହୋଇନାହିଁ । ଫଳରେ ଓଡିଶାକୁ ବହୁଳ ପରିମାଣରେ ଅର୍ଥ ହରାଇବାକୁ ପଡିଛି ଓ କ୍ଷତି ସହିବାକୁ ପଡିଛି । ଯଦି ସେହି ଅର୍ଥ ମିଳିଥାନ୍ତା ତେବେ ଓଡିଶାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେଇଥାନ୍ତା । ବାରମ୍ବାର ଦାବି ସତ୍ୱେ କେନ୍ଦ୍ର ଗୁରୁତ୍ୱ ଦେଉ ନାହାନ୍ତି । ଆମ ଠାରୁ ହଜାର ହଜାର କୋଟି ଟଙ୍କା ନେବେ ଓ ପ୍ରଦୂଷଣ ଦେବେ । ଏହି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୬୧୮କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ର୍ଝାରସୁଗୁଡା – ଲଖନପୁର ବ୍ଲକ୍ ରେ ୬ଟି ଉଠା ଜଳ ସେଚନ ପ୍ରକଳ୍ପ , ଝାରସୁଗୁଡା ଓ କିରିମିରା ବ୍ଲକ୍ ର ୨ ଟି ୨ଗୁଣନ ୫ ଏମଭିଏ ୩୩/୧୧ କେଭିର ଗ୍ରୀଡ୍ ଷ୍ଟେସନକୁ ଉଦଘାଟନ କରିଥିଲେ । ସେହିପରି ଭିତିପ୍ରସ୍ତର ସ୍ଥାପନ ହୋଇଥିବା ପ୍ରକଳ୍ପ ଗୁଡିକ ହେଲା ଝାରସୁଗୁଡା କ୍ୟାନ୍ସର କେୟାର ହସ୍ପିଟାଲ , ଝାରସୁଗୁଡା -କୋଲାବୀରା , କିରିମିରା ଓ ଲାଇକିରାରେ ୪ଟି ମେଗା ଜଳଯୋଗା ପ୍ରକଳ୍ପ , ଚଉକିପଡା ରେଳ ଓଭରବ୍ରିଜ୍ ,ଝାରସୁଗୁଡାରେ ନିଦାଦ କେନ୍ଦ୍ର , ଅମାତି କ୍ଷୂଦ୍ର ଜଳ ସେଚନ ପ୍ରକଳ୍ପ ଇତ୍ୟାଦି ଅନ୍ତଭୁ୍କ୍ତ ।

ଏହା ବ୍ୟବତୀତ ସାମାଜିକ ସଶକ୍ତିକରଣ ପାଇଁ ୩,୪୮୯ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ଡିଜିଟାଲ ସଶକ୍ତିକରଣ ପାଇଁ ୧ କୋଟି ଟଙ୍କା , ୩୦ ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ , ୧୪୨୨ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ସେହିପରି ୧୦୦୨ ଜଣ ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ଆବଂଟନ କରାଯାଇଥିଲା ।

ଏହି ସଭାରେ ସମ୍ବଲପୁର ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ , ପୂର୍ବତନ ବିଧାୟକ ରବି ନାରାୟଣ ପାଣି , ମଙ୍ଗଳା କିଷାନ , ନବ ଦାସ , ସାଂସଦ ପ୍ରଭାତ ସିଂହ ପ୍ରମୁଖ , ଅନୁପ ସାଏ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା