Connect with us

ଅପରାଧ

କାର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ସାଙ୍କେତିକ ଚିତ୍ର

ଭୁବନେଶ୍ୱର: ଆଜି ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ସ୍ଥିତ ହନୁମାନମନ୍ଦିର ନିକଟରେ ଏକ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ ହତ୍ୟା କରାଯାଇଛି କିମ୍ବା ଯୁବତୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ତାହା ଜଣାପଡ଼ି ନାହିଁ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିିବା ତଥ୍ୟ ଅନୁଯାୟୀ, ଆଜି ଭୋରରୁ ହନୁମାନ ମନ୍ଦିର ନିକଟରେ ଏକ ଓଆର୦୨ ଏଏମ ୨୬୦୦ ନମ୍ବର ବିଶିଷ୍ଟ ଏକ ଟାଟା ସଫାରି ଗାଡ଼ି ଥୁଆ ହୋଇଥିବା କେତକ ପ୍ରାତଃ ଭ୍ରମଣକାରୀ ଦେଖିବାକୁ ପାଇଥିଲେ । ଗାଡ଼ି ଆଗପଟର ଡାହାଣ ପାଖଟି କୌଣସି ସ୍ଥାନରେ ଦୁର୍ଘଟଣା ହୋଇ ଚେପା ହୋଇଥିବା ଦେଖିବାକୁ ମିଳିଛି । ଗାଡ଼ି ଭିତର ଆଗ ସିଟ୍‌ରେ ଜଣେ ୩୦/୩୫ ବର୍ଷ ବୟସର ମହିଳାଙ୍କ ମୃତଦେହ ପଡ଼ିଛି । ସେହିପରି ଗାଡ଼ି ଭିତରେ ମନିପର୍ସ, ବ୍ୟାଗ୍‌ ପ୍ରଭୃତି ମଧ୍ୟ ପଡ଼ିରହିଛି । ସମ୍ଭବତଃ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ଘଟିଥବା ପରେ କିମ୍ବା କୌଣସି ଅଜଣା ମହିଳାଙ୍କୁ ଅପହରଣ କରି ଅଣାଯାଉଥିବା ବେଳେ ଦୁର୍ଘଟଣା ଘଟିବାରୁ ତାଙ୍କ ସହିତ ଥିବା ଅନ୍ୟମାନେ ଗାଡି ଛାଡ଼ି ପଳାଇଛନ୍ତି ।

ଅପରପକ୍ଷେ ଏହା ଏକ ସୁ ସଙ୍ଗଠିତ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ପରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଲାଗୁଚି ଯେମିତି କୌଣସି ଗାଡିକୁ ବାଡେଇ ଏହା ପଳାଇଆସି ସେଠାରେ ଥୋଇଦେଇ କିଏ ପଲାଇଛି ।ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ