Connect with us

ଓଡିଶା

୪୪ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କଲା କଂଗ୍ରେସ

ସାଙ୍କେତିକ ଚିତ୍ର

୪୪ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କଲା କଂଗ୍ରେସ
ଭୁବନେଶ୍ୱର,୧ା୧୦: ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ୪୪ ଟି ଆସନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିଛି । ସୋମବାର ଅନୁଷ୍ଠିତ ପିଇସି ଓ ସ୍କ୍ରିନିଂ କମିଟି ବୈଠକରେ ଏହି ନିଷ୍ପତି ହୋଇଛି । ବିଜୟ ସମ୍ଭାବନାକୁ ଦେଖି ପ୍ରାର୍ଥୀଙ୍କୁ ବଛା ଯାଇଛି । ତେବେ ପ୍ରାର୍ଥୀ ତାଲିକା ପରେ ଘୋଷଣା କରାଯିବ ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଖବର ନେବାରେ ଜଣାଯାଇଛି ଯେ ପ୍ରାର୍ଥୀ ଚୂଡାନ୍ତ ପାଇଁ ଜିତିବା ସମ୍ଭାବନା ରହିଥିବା , ଦଳ ପ୍ରତି ଆନୁଗତ୍ୟ ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯାଇଥିଲା । ଏହା ବ୍ୟତୀତ ଗତ ନିର୍ବାଚନରେ କମ୍ ବ୍ୟବଧାନରେ ହାରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ବିଚାରକୁ ନିଆଯାଇଛି । ତେବେ କ୍ରମାଗତ ୩ ଥର ହାରିଥିବା ପ୍ରାର୍ଥୀ ଏବଂ ଯେଉଁମାନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ହୋଇଥିବା ପ୍ରାର୍ଥୀଙ୍କୁ ବାଦ୍ ଦିଆଯାଇଛି ।

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ୪୪ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛି । ସୋମବାର କଂଗ୍ରେସ ଭବନରେ ପ୍ରଦେଶ ନିର୍ବାଚନ କମିଟି ଓ ସ୍କ୍ରିନିଂ କମିଟିର ମିଳିତ ବୈଠକ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ ନିର୍ବାଚନ କମିଟି ପକ୍ଷରୁ ୪୪ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ମନୋନୟନ ପାଇଁ ସ୍କ୍ରିନିଂ କମିଟିକୁ ସୁପାରିଶ କରାଯାଇଛି । ଏହି ତାଲିକାରେ ବର୍ତମାନ ଥିବା ୧୫ ଜଣ ବିଧାୟକଙ୍କ ନାମ ରହିଛି । ସ୍କ୍ରିନିଂ କମିଟି ଖୁବ୍ଶୀଘ୍ର ଏହି ତାଲିକାରେ ଥିବା ସୁପାରିଶ ପ୍ରାର୍ଥୀଙ୍କ ନାମକୁ ବିଚାର କରି ଚୂଡାନ୍ତ ଚିଠା ପ୍ରସ୍ତୁତ କରିବ ବୋଲି ପିସିସି ପକ୍ଷରୁ କୁହାଯାଇଛି ।

ବୈଠକରେ ଏଥିରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ଆସନ ପାଇଁ ୧୫୦ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ଉପରେ ଅଲୋଚନା ହୋଇଥିଲା ।ପ୍ରାର୍ଥୀଙ୍କ ସାଂଗଠନିକ ଶକ୍ତି ଓ ପ୍ରତିଦ୍ୱନ୍ଦୀଙ୍କ ପରାଜୟ କରିବା ନେଇ ଏଥିରେ ଆଲୋଚନା କରାଯାଇଥିଲା ।

ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିରୋଧିଦଳ ନେତା ନରସିଂହ ମିଶ୍ର, ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସଥୀସାନ୍, ନୌସଦ ସୋଲାଙ୍କୀ, କଂଗ୍ରେସ ସହପ୍ରଭାରୀ ରୁଦ୍ରରାଜୁ, ମସ୍ତାନ ଭାଲି, ଅନିଲ୍ ଚୌଧୁରୀ, ଆଦିତ୍ୟ ଶର୍ମା, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀଙ୍କ ସମେତ ପ୍ରଦେଶ ନିର୍ବାଚନ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା