Connect with us

ଓଡିଶା

କନ୍ଧମାଳ ଲୋକସଭା ଆସନ : ନାମାଙ୍କନ ପତ୍ର ଦାଖଲ କଲେ ୮ ପ୍ରାର୍ଥୀ

ସାଙ୍କେତିକ

କନ୍ଧମାଳ ଲୋକସଭା ଆସନ : ନାମାଙ୍କନ ପତ୍ର ଦାଖଲ କଲେ ୮ ପ୍ରାର୍ଥୀ
କନ୍ଧମାଳ, ୨୬ ମାର୍ଚ୍ଚ – ସାଧାରଣ ନିର୍ବାଚନ-୨୦୧୯ ପାଇଁ ପ୍ରାର୍ଥୀପତ୍ର ଦାଖଲର ଆଜି ଅନ୍ତିମ ଦିବସରେ କନ୍ଧମାଳ ଲୋକସଭା ଆସନ ପାଇଁ ସମୂଦାୟ ୬ ଜଣ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲର ଅନ୍ତିମ ଦିନ ସୁଦ୍ଧା ଏହି ପଦବୀ ପାଇଁ ସମୂଦାୟ ୮ ଜଣଙ୍କ ପାର୍ଥୀପତ୍ର ନିର୍ବାଚନ ଅଧିକାରୀ ତଥା କନ୍ଧମାଳ ଜିଲାପାଳଙ୍କ ଠାରେ ଦାଖଲ ହୋଇଥିବା ଜଣାପଡିଛି ।
ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରମୂଖ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ଜାତୀୟ କଂଗ୍ରେସର ପ୍ରାର୍ଥୀ ମନୋଜ କୁମାର ଆଚାର୍ଯ୍ୟ ଓ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଐର ଖାରବେଳ ସ୍ୱାଇଁ । ଏମାନଙ୍କ ବ୍ୟତୀତ ବହୁଜନ ସମାଜ ପାର୍ଟିର ଅମୀର ନାୟକ, ତୃଣମୂଳ କଂଗ୍ରେସର ମୃତ୍ୟୁଞ୍ଜୟ ନାୟକ, ହିନ୍ଦୁସ୍ଥାନ ନିର୍ମାଣ ଦଳର ବ୍ରହ୍ମଚାରୀ ମାଧବ ଚୈତନ୍ୟ ଓ ଜୟପ୍ରକାଶ ଜନତା ଦଳର ପଦ୍ମ ଲୋଚନ ସିଂ । ୨୫ ତାରିଖରେ ବିଜୁ ଜନତା ଦଳର ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ସିପିଆଇ(ଏମଏଲ-ରେଡଷ୍ଟାର) ଦଳର ଟୁନା ମଲ୍ଲିକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୨୭ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ ହୋଇଥିବାରୁ ଏମାନଙ୍କ ମଧ୍ୟରୁ କେତେଜଣ ପ୍ରକୃତପକ୍ଷେ ନିର୍ବାଚନ ମୈଦାନରେ ରହିବେ ତାହା ଆସନ୍ତା କାଲି ଜଣାପଡିବ । ଆଜି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ବାଜା ବାଣ ଓ ଶୋଭାଯାତ୍ରା ସହ ବହୁସଂଖ୍ୟାରେ ସମର୍ଥକଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଦଳୀୟ କର୍ମୀଙ୍କ ଜିନ୍ଦାବାଦ ଧ୍ୱନୀରେ ଫୁଲବାଣୀ ସହରର ମୁଖ୍ୟରାସ୍ତା ମୁଖରିତ ହୋଇଉଠିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା