Connect with us

ଓଡିଶା

ଫୁଲବାଣୀ ବିଧାନସଭା ଆସନ : ୧୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ସାଙ୍କେତିକ

ଫୁଲବାଣୀ ବିଧାନସଭା ଆସନ : ୧୨ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ
କନ୍ଧମାଳ,୨୬ ମାର୍ଚ୍ଚ – ଚଳିତ ସାଧାରଣ ନିର୍ବାଚନ-୨୦୧୯ ପାଇଁ ଫୁଲବାଣୀ(ସଂ-ଆଦିବାସୀ) ବିଧାନସଭା ଆସନରେ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ । ଫୁଲବାଣୀ ଉପଜିଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆସନ ପାଇଁ ଅନ୍ତିମ ଦିନ ସୁଦ୍ଧା ସମୂଦାୟ ୧୨ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଆଜି ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରମୂଖ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଅଛନ୍ତି ଜାତୀୟ କଂଗ୍ରେସର ପ୍ରାର୍ଥୀ କିଶୋର କହଁର, ଭାରତୀୟ ଜନତା ପାର୍ଟିର ଦେବ ନାରାୟଣ ପ୍ରଧାନ, ବିଜୁ ଜନତା ଦଳର ଅଙ୍ଗଦ କହଁର । ଜୟଶ୍ରୀ କହଁର ନିଜକୁ ବିଜେଡି ପ୍ରାର୍ଥୀ ଦାବି କରି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜଗଦୀଶ ପ୍ରଧାନ ନିଜକୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦର୍ଶାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏମାନଙ୍କ ବ୍ୟତୀତ କଳିଙ୍ଗ ସେନାର ଅନନ୍ତ କହଁର ଓ ସ୍ୱାଧୀନ ପ୍ରାର୍ଥୀ ପ୍ରେମଶିଳା ଝାଙ୍କର, ବୀରେନ୍ଦ୍ର କହଁର, ହେମନ୍ତ କହଁର, କୃଷ୍ଣ କହଁର, ନବୀନ ଚନ୍ଦ୍ର କହଁର, ଚକ୍ରଧର କହଁର ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ୨୭ ତାରିଖକୁ ଶେଷ ଦିନ ଧାର୍ଯ୍ୟ କରାଯାଇଛି । ତେଣୁୁ ଏମାନଙ୍କ ମଧ୍ୟରୁ କେତେଜଣ ନିର୍ବାଚନ ରଣାଙ୍ଗନରେ ରହିବେ ତାହା ଆସନ୍ତା କାଲି ଜଣାପଡିବ । ଆଜି ବିଭିନ୍ନ ଦଳୀୟ ପ୍ରାର୍ଥୀମାନେ ବାଜା ବାଣ ଓ ଶୋଭାଯାତ୍ରାରେ ବହୁସଂଖ୍ୟାରେ ସମର୍ଥକଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ଆଜିର ପ୍ରାର୍ଥୀପତ୍ର ଦାଖଲ ପକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ସୂଚାରୁ କୁମାର ବଳ ପ୍ରକାଶ କରିଛନ୍ତି । ନିର୍ବାଚନ ଅଧିକାରୀଙ୍କ ନିକଟରେ ସମୂଦାୟ ୧୭ ସେଟ୍ ପ୍ରାର୍ଥୀପତ୍ର ଦାଖଲ ହୋଇଛି । କଂଗ୍ରେସ ପ୍ରାର୍ଥୀ କିଶୋର କହଁର ୪ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିର ଦେବ ନାରାୟଣ ପ୍ରଧାନ ୨ ସେଟ ଓ ବିଜେଡିର ଅଙ୍ଗଦ କହଁର ୨ ସେଟ ଓ ଅନ୍ୟମାନେ ଗୋଟିଏ ଲେଖାଏଁ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିବା ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଆସନ୍ତା କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଆଗାମୀ ନିର୍ବାଚନୀ ଲଢେଇର ପ୍ରକୃତ ରୂପରେଖ ଜଣାପଡିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା