Connect with us

ଓଡିଶା

ବିଜେଡିରୁ ପାର୍ଥିପତ୍ର ଦାଖଲ କଲେ ସାଲୁଗା ପ୍ରଧାନ ଓ ସ୍ୱାଧିନ ଭାବରେ ପୁଷାରା କହଁର

ସାଙ୍କେତିକ

ଜି. ଉଦୟଗିରି ବିଧାନସଭା ଆସନ
ବିଜେଡିରୁ ପାର୍ଥିପତ୍ର ଦାଖଲ କଲେ ସାଲୁଗା ପ୍ରଧାନ ଓ ସ୍ୱାଧିନ ଭାବରେ ପୁଷାରା କହଁର
କନ୍ଧମାଳ,୨୬ ମାର୍ଚ୍ଚ- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଧାନସଭା ଆସନ ପାଇଁ ବିଜେଡିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପାର୍ଥୀ ସାଲୁଗା ପ୍ରଧାନ । ସୋମବାର ଦିନ ଏକ ବିଶାଳ ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ତଥା ବର୍ତମାନର ବିଜେଡି ପାର୍ଥୀ ସାଲୁଗା ପ୍ରଧାନ ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ ସିନ୍ଦେ ଦତାତ୍ରେୟ ଭାଓସାହେବଙ୍କ ନିକଟରେ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ବେଳେ ତାଙ୍କ ସହିତ ତାଙ୍କର ଦୁଇଜଣ ପ୍ରସ୍ତାବକ, ଦାରିଙ୍ଗବାଡି ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ ଓ ଜି.ଉଦୟଗିରିର ଆଇନଜୀବି ଲଳିତେନ୍ଦୁ ପ୍ରଧାନ ଉପସ୍ଥିତ ଥିଲେ ।

ଏହି ଅବସରରେ ସାଲୁଗା ପ୍ରଧାନ ଦଳୀୟ ସମର୍ଥକଙ୍କ ସହ ବାଲିଗୁଡା ଗାୟତ୍ରୀ ମନ୍ଦିର ନିକଟରୁୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ପତ୍ର ଦାଖଲ କରିଥିଲେ । ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ପ୍ରସଙ୍ଗକୁ କରି ସେ ନିର୍ବାଚନ ଲଢିବେ ବୋଲି ସାଲୁଗା ପ୍ରଧାନ କହିଥିଲେ । ଏହାସହ ଜି.ଉଦୟଗିରି ନିର୍ବାଚନ ମଣ୍ଡଳିରେ ଏଥର ବିଜେଡି ଶୁନିଶ୍ଚିତ ଭାବେ ବିଜୟ ଲାଭ କରିବ ବୋଲି ଦୃଢ଼ ଭାବରେ କହିଛନ୍ତି ସାଲୁଗା । ପାର୍ଥିପତ୍ର ଦାଖଲ କରିବା ସମୟରେ ବିଜୁ ଜନତାଦଳର ଦିପକ ସାହୁ, ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷ ଲୋକନାଥ ପାଢି, ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସେହିପରି ସ୍ୱାଧିନ ପାର୍ଥୀ ଭାବେ ଟିକାବାଲିର ପୁଷାରା କହଁର ତାଙ୍କ ସମର୍ଥକଙ୍କ ସହ ଆସି ପାର୍ଥିପତ୍ର ଦାଖଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା