Connect with us

ଦେଶ

କନଷ୍ଟେବଳଙ୍କ ଗୁଳିର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ପରିବାରକୁ କ୍ଷତିପୁରଣ

ସାଙ୍କେତିକ ଚିତ୍ର

ଲକ୍ଷ୍ନୌ:-: ଲକ୍ଷ୍ନୌରେ ଶୁକ୍ରବାର ଦିନ ଜଣେ କନଷ୍ଟେବଳଙ୍କ ଗୁଳିର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବିବେକ ତିଓ୍ବାରିଙ୍କ ଅନ୍ତିମ ସଂସ୍କାର ରବିବାର ହେବ । କିନ୍ତୁ ତାଙ୍କ ମୃତ୍ୟୁ ପରେ ପରିବାରକୁ ସରକାରଙ୍କ ତରଫରୁ ଯେଉଁ କ୍ଷତି ପୂରଣ ଦିଆଯିବାକୁ ଘୋଷଣା କରାଯାଇଛି ସେଥିରେ ସନ୍ତୁଷ୍ଟ ନାହାନ୍ତି ତାଙ୍କ ପତ୍ନୀ । କ୍ଷତିପୁରଣ ବାବଦକୁ ତାଙ୍କୁ ୧ କୋଟି ଟଙ୍କା ସହ ସରକାରୀ ଚାକିରି ଓ ଘଟଣାର ସିବିଆଇ ଯାଞ୍ଚ ଚାହିଁଛନ୍ତି ମୃତକଙ୍କ ପତ୍ନୀ କଳ୍ପନା ତିଓ୍ବାରି । ହେଲେ ପ୍ରଶାସନ ପକ୍ଷରୁ ୨୫ ଲକ୍ଷ ଟଙ୍କା ସହ ତାଙ୍କୁ ସରକାରୀ ଚାକିରି ମିଳିବ ବୋଲି ଜଣାପଡିଛି । ଏଥିରେ ତାଙ୍କ ପତ୍ନୀ ରାଜି ନ ହୋଇ ପୂର୍ବ ଦାବିକୁ ନେଇ ଅଡି ବସିଥିବା ଜଣାପଡିଛି । ଅନ୍ୟପଟେ ବିବେକଙ୍କ ମୃତ୍ୟୁପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ଆପଲ କମ୍ପାନୀରେ ଏରିଆ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିବା ବିବେକ ଶୁକ୍ରବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ସମୟରେ ଜଣେ ପୋଲିସ କନଷ୍ଟେବଳ ତାଙ୍କ ଗାଡିକୁ ଅଟକାଇ ଥିଲେ । ହେଲେ ସେ ଗାଡି ନ ଅଟକାଇବାରୁ ଉକ୍ତ କନଷ୍ଟେବଳ ଜଣଙ୍କ ତାଙ୍କୁ ଗୁଳି କରିବାରୁ ଘଟଣାସ୍ଥଳରୁ 4 କିମି ଗଲାପରେହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ