Connect with us

ଦେଶ

କ୍ରୀଷ୍ଣା ରାଜ କପୁରଙ୍କର ପରଲୋକ

ସାଙ୍କେତିକ ଚିତ୍ର

ମୁମ୍ବାଇ:-ହିନ୍ଦୀ ସିନେମା ଜଗତର ଆଧିପତ୍ୟ ରଖିଥିବା କପୁର ଖାନଦାନର ରାଜ୍‌ କପୁରଙ୍କ ପତ୍ନୀ କ୍ରୀଷ୍ଣା ରାଜ କପୁରଙ୍କର ଆଜି ସକାଳେ ମୁମ୍ବାଇଠାରେ ପରଲୋକ ହୋଇ ଯାଇଛି । ସେ ଭୋର ୪ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ୧୯୪୬ ମସିହାରେ ରାଜ୍‌ କପୁରଙ୍କୁ ବିବାହ କରିଥିଲେ । ତାଙ୍କର ତିନି ପୁଅ ଅଛନ୍ତି । ସେମାନେ ହେଲେ ରଣଧୀର କପୁର,ଋଷି କପୁର ଏବଂ ରାଜୀବ କପୁର । ଏମାନେ ସମସ୍ତେ ଚଳଚିତ୍ର ଜଗତ ସହ ଜଡିତ ଥାଇ ଅଭିନେତା-ନିର୍ଦ୍ଦେଶକ ଅଛନ୍ତି । ବିଗତ ଦିନର ଲୋକପ୍ରିୟ ନାୟିକା ବବିତା ଏବଂ ନୀତୁ ସିଂହ ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ବୋହୂ ।

ଏବେକାର ଲୋକପ୍ରିୟ ବଲିଉଡ ନାୟକ ରଣବୀର କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତି ଓ ଜଣାଶୁଣା ଅଭିନେତ୍ରୀ କରିସ୍ମା କପୁର ଏବଂ କରିନା କପୁର ହେଉଛନ୍ତି କ୍ରୀଷ୍ଣା ରାଜ କପୁରଙ୍କର ନାତୁଣୀ । କ୍ରୀଷ୍ଣା ରାଜ କପୁରଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ