Connect with us

ଦେଶ

ବ୍ୟବସାୟୀ ମହାସଂଘର ବନ୍ଦ ଡାକରା:- ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ

ସାଙ୍କେତିକ ଚିତ୍ର

ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘର ଦେଶବ୍ୟାପୀ ବନ୍ଦ ଡାକରା
ଔଷଧ ଦୋକାନ ବନ୍ଦ, ରୋଗୀ ହନ୍ତସନ୍ତ
ଭୁବନେଶ୍ୱର,୨୮ା୯: ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଶୁକ୍ରବାର ଦିନ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବା ବେଳେ ଓଡିଶାର ବ୍ୟବସାୟୀ ମହାସଂଘ ଏହି ଧର୍ମଘଟରେ ସାମିଲ ହୋଇଛି । ଫଳରେ ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା । ଅନ୍ୟପକ୍ଷରେ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ମଧ୍ୟ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ଗୁରୁବାର ମଧ୍ୟ ରାତ୍ରୀରୁ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରହଥିଲା । ତେବେ ରାଜ୍ୟର ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ ଖୋଲା ରହିଥିଲା । ଔଷଧ ଦୋକାନ ବନ୍ଦ ରହିଥିବାରୁ ହନ୍ତସନ୍ତ ହୋଇଛନ୍ତି ରୋଗୀ ।

ଶୁକ୍ରବାର ସକାଳ ୬ଟାରୁ ରାଜ୍ୟର ପ୍ରାୟ ୨୨ ହଜାର ଔଷଧ ଦୋକାନରେ ତାଲା ଝୁୁଲିଥିଲା । ଖୁଚୁରା ବଜାରରେ ଆନ୍ତଃରାଷ୍ଟୀୟ ବ୍ୟବସାୟୀଙ୍କ ପ୍ରବେଶ ଓ ଏଫଡିଆଇକୁ କ୍ୟାବିନେଟ ମଞ୍ଜୁରୀକୁ ବିରୋଧ କରି ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଓଡିଶାର ବ୍ୟବସାୟୀ ମହାସଂଘ ଏହାକୁ ସମର୍ଥନ ଜଣାଇ ଏହି ଧର୍ମଘଟରେ ସାମିଲ ହୋଇଥିଲା । ରାଜ୍ୟର ସମସ୍ତ ଛୋଟ ବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ମାଲଗୋଦାମ, ସମସ୍ତ ରିଟେଲ କାଉଂଟର ଓ ମାଲ୍ ଲୋଡିଂ ଓ ଅନଲୋଡିଂ ମଧ୍ୟ ବନ୍ଦ ରଖାଯାଇଥିଲା ।

ଏହି ଧର୍ମଘଟ ଯୋଗୁ ଦେଶରେ ପ୍ରାୟ ୬ କୋଟି ୩୫ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ଏବଂ ରାଜ୍ୟରେ ୨୦ ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନ ୨୪ ଘଂଟା ବନ୍ଦ ରହିବ । ଶୁକ୍ରବାର ସକାଳ ୬ଟାରୁ ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲିବ । ସେହିପରି ଇ-ଫାର୍ମାସି ଓ ଅନଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ପକ୍ଷରୁ ୨୪ଘଂଟିଆ ବନ୍ଦ ଡାକରା ଦିଆଯାଇଥିଲା ।

ରାଜ୍ୟରେ ଉକ୍ରଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା । ଏହାଫଳରେ ରାଜ୍ୟରେ ପ୍ରାୟ ୨୨ ହଜାର ଔଷଧ ଦୋକାନ ବନ୍ଦ ରହିଥିଲା । ତେବେ ବନ୍ଦ ପ୍ରଭାବରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକାନ୍ କୁ ବନ୍ଦରୁ ବାଦ୍ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ