Connect with us

ଓଡିଶା

କଡାକଡି ହେବ ଓଡ଼ିଆ ଭାଷାରେ ନାମ ଫଳକ ଲେଖା

କଡାକଡି ହେବ ଓଡ଼ିଆ ଭାଷାରେ ନାମ ଫଳକ ଲେଖା

କଡାକଡି ହେବ ଓଡ଼ିଆ ଭାଷାରେ ନାମ ଫଳକ ଲେଖା
ଭୁବନେଶ୍ୱର,୨୧ା୮ : ରାଜ୍ୟ ସରକାରଙ୍କର ସମସ୍ତ ବିଭାଗ ଅଧିନରେ ଥିବା ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡ଼ିକରେ ଅ।।ଗାମୀ ୧୫ ଦିନ ମଧ୍ୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ସହରାଂଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରି ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୦୦ ଗୋଟି ପ୍ରମୁଖ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି । ଏହି ପ୍ରମୁଖ ପ୍ରତିଷ୍ଠାନ ଗୁଡ଼ିକ ହେଲା ଡାକ୍ତରଖାନା, ଘରୋଇ ବିଦ୍ୟାଳୟ, ହୋଟେଲ ଇତ୍ୟାଦିରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ୩୦ ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଛି । ଓଡ଼ିଆ ଭାଷାରେ ନାମ ଫଳକ ଲେଖୁନଥିବା ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ବିରୁଦ୍ଧରେ ସର୍ବସାଧାରଣଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ ପ୍ରଚଳନର ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ଆଜି ସଚିବାଳୟଠାରେ ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ସଚିବାଳୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଶ୍ରମ କର୍ମଚାରୀ ଓ ରାଜ୍ୟ ବୀମା ବିଭାଗର ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ସାଧାରଣ ପ୍ରଶାସନ ଜନସାଧାରଣ ଅଭିଯୋଗ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଗୃହ ଓ ନଗର ଉନ୍ନୟନ ବିଭାଗର ଶାସନ ସଚିବ ମାଥି ଭାଥନାନ, ଶ୍ରମ କମିଶନର ଅଂଜନ କୁମାର ମାଣିକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା