Connect with us

ଓଡିଶା

ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାସ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର,୨୧ା୮ : ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା କବି ଯଦୁନାଥ ଦାସ ମହାପାତ୍ରଙ୍କର ଆଜି ରାଜଧାନୀର ସମ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ମୂତ୍ରାଶୟଜନିତ ରୋଗରେ ଅ।କ୍ରାନ୍ତ ହୋଇ ସେ ଗତ ରବିବାର ଦିନ ସ୍ଥାନୀୟ ସମ୍ ହସ୍ପିଟାଲ୍ରେ ଭର୍ତି ହୋଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପୁତ୍ର, କନ୍ୟା ତଥା ଅ।ତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।

ସ୍ୱର୍ଗତ ମହାପାତ୍ର ୧୯୭୧ ମସିହାରେ ଓଡ଼ିଶା ବିଧାନସଭାକୁ କଂଗ୍ରସରୁ ଟିକେଟ ନେଇ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କର ମନ୍ତ୍ରୀମଣ୍ଡଳର ଅର୍ଥ ବିଭାଗର ଉପମନ୍ତ୍ରୀ ଥିଲେ । ପରେ ୧୯୮୫ ମସିହାରେ ପୁନର୍ବାର ଦ୍ୱିତୀୟଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଶିକ୍ଷାମନ୍ତ୍ରୀ ହୋଇଥିଲେ । ତାଙ୍କର ସାହିତ୍ୟିକ ଜୀବନକାଳରେ ଓଡ଼ିଆ ଉପନ୍ୟାସ, ନାଟକ ରଚନା କରିଛନ୍ତି । ଗ୍ରାମ୍ୟ ନଦୀର ତୀରେ, ବିଭୀଷିକା, ମନିଷା ରାଜ୍ୟରଣ ଜାଲି, ମୃତ ଡ୍ରାମା ପରାଶମଣି, ସୂର୍ଯ୍ୟମନ୍ଦିର, ସଂଗ୍ରାମ, ଭୁଲି ହୁଏନା, କ୍ଷମା କରିବେ କି, ସେତୁ ବନ୍ଧ ଇତ୍ୟାଦି ନାଟକ ଲେଖିଛନ୍ତି । ତାଙ୍କ ଛାତ୍ର ଜୀବନରେ ଶ୍ରୀ ମହାପାତ୍ର କଲିକତାସ୍ଥିତ ଉକ୍ରଳ ଛାତ୍ର ସଂଘର ସଭାପତି ଥିଲେ । ୧୯୬୨ ମସିହାରେ ସେ କଂଗ୍ରେସ ଦଳରେ ଯୋଗଦେଲେ । ୧୯୬୪-୬୭ ମସିହାରେ ବାଲେଶ୍ୱର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଥିଲେ ।

ତାଙ୍କ ମୃତ୍ୟୁରେ ରାଜନୀତି ଏବଂ ସାହିତ୍ୟିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଖବର ପାଇ ତାଙ୍କର ଏରୋଡ୍ରମସ୍ଥିତ ବାସଭବନକୁ ରାଜନୈତିକ ବ୍ୟକ୍ତି, ସାହିତ୍ୟିକ, ବୁଦ୍ଧିଜୀବୀମାନେ ଯାଇ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ମହାପାତ୍ରଙ୍କ ମୃତ୍ୟୁରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ଅଶୋକ ପଣ୍ଡା, ଚନ୍ଦ୍ର ସାରଥି ବେହେରା, ବଦ୍ରି ନାରାୟଣ ପାତ୍ର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା