Connect with us

ଓଡିଶା

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୧୪ଟି ବନ୍ଦର l

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୧୪ଟି ବନ୍ଦର l

ଓଡ଼ିଶାରେ ପ୍ରତିଷ୍ଠା ହେବ ଆଉ ୧୪ଟି ବନ୍ଦର
ଭୁବନେଶ୍ୱର,୭ା୯ : ରାଜ୍ୟରେ ଆଉ୧୪ଟି ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ସ୍ଥାନ ନିରୂପରଣ କରିଛନ୍ତି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଲାର ଧାମରା, ଗଞ୍ଜାମ ଜିଲ୍ଲାର ଗୋପାଳପୁର, ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ମୁହାଣ ଓ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଠାରେ ବନ୍ଦର ପ୍ରତିଷ୍ଠା ହେବ ।

ଏଥିପାଇଁ ସରକାର ଇଣ୍ଟରନ୍ୟାସନାଲ ସି ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ଏ ଗୋପାଳପୁର ପୋର୍ଟସ ଲିମିଟେଡ୍, କ୍ରିଏଟିଭ୍ ପୋର୍ଟ ଡେଭଲପମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ଓ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲିମିଟେଡ୍ ସହିତ ବିଲ୍ଡ, ଓନ୍, ଅପରେଟ୍, ସେୟାର ଆଣ୍ଡ ଟ୍ରାନ୍ସଫର (ବୁଷ୍ଟ) ଆଧାରରେ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ସେଥିମଧ୍ୟରୁ ୨ ଗୋଟି ବନ୍ଦର ଧାମରା ଓ ଗୋପାଳପୁର କାର୍ଯ୍ୟକ୍ଷମ ହୋଇ ପଣ୍ୟ କାରବାର ଚାଲୁ ରହିଛି ବୋଲି କଂଗ୍ରେସ ସଭ୍ୟ ନବ କିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଉଲ୍ଲେଖ କରିଛନ୍ତି ।

ସେ ସୂଚନା ଦେଇ କହିଛନ୍ତି ଯେ, ଅନ୍ୟ ଦୁଇଗୋଟି ବନ୍ଦର ସୁବର୍ଣ୍ଣରେଖା ମୁହାଁଣ ଓ ଅସ୍ତରଙ୍ଗ ବିକାଶ ନିମିତ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୪ ବର୍ଷର ଅବଧି ନିମିତ ଚୁକ୍ତି କରିଛନ୍ତି । ଯାହା ମଧ୍ୟରେ ସର୍ବାଧିକ ୪ ବର୍ଷ ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ଯାହାପରେ ୨ଥର ପାଇଁ ବର୍ଦ୍ଧିତ କରାଯାଇପାରିବ । ସେହିପରି ଗୋପାଳପୁର ବନ୍ଦରର ବିକାଶ ନିମିତ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦ ବର୍ଷର ଅବଧି ନିମିତ ଚୁକ୍ତି କରିଛନ୍ତି । ଯାହାପରେ ୨ଥର ପାଇଁ ବର୍ଦ୍ଧିତ କରାଯାଇପାରିବ ।

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଆଖଡାଶାଳି ଠାରେ ମହାନଦୀ ଉପରେ ଏକ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା କରିବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସହଯୋଗୀ (ପିପିପି) ପାର୍ଟନର ଚୟନ ପ୍ରକ୍ରିୟା ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା