Connect with us

ଓଡିଶା

ଓଏଏସ୍ ରେଜଲ୍ଟ : ଦେବାଶିଷ ପଣ୍ଡା ଟପ୍ପର

ସାଙ୍କେତିକ

ଓଏଏସ୍ ରେଜଲ୍ଟ : ଦେବାଶିଷ ପଣ୍ଡା ଟପ୍ପର
ଭୁବନେଶ୍ୱର, ୦୬ ଜାନୁଆରୀ – ସୋମବାର ଦିନ ୨୦୧୮ ମସିହାର ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୨୧୮ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିମଧ୍ୟରୁ ୭୨ ଜଣ ମହିଳା ରହିଛନ୍ତି । ଦେବାଶିଷ ପଣ୍ଡା ଓଏଏସ୍ ଟପ୍ପର ହୋଇଥିବା ବେଳେ ଋତୁପର୍ଣ୍ଣା ମହାପାତ୍ର ଦ୍ୱିତୀୟ ଏବଂ ଆକାଶ କୁମାର ପଣ୍ଡା ତୃତୀୟ ହୋଇଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୬ ଜଣ ମହିଳା ରହିଛନ୍ତି ।
ସନ୍ତୋଷିନୀ ଦାସ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ପଂଚମ , ଶକ୍ତିଶ୍ରୀ ଅନୀଲ ରଂଜନ ସାହୁ ଷଷ୍ଠ ସ୍ଥାନରେ ରହିଛନ୍ତି । ସେହିପରି ସପ୍ତମ ସ୍ଥାନରେ ଶତାବ୍ଦୀ ରାୟ , ଅଷ୍ଟମ ସ୍ଥାନରେ ଦମୟନ୍ତୀ ସାହୁ, ନବମରେ ଶକ୍ତି ମହାପାତ୍ର ଏବଂ ଦଶମ ସ୍ଥାନରେ ସ୍ମରଣିକା ତୂଳ ରହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା