Connect with us

ଓଡିଶା

ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ , ଯାତ୍ରୀ ସୁରକ୍ଷିତ

ସାଙ୍କେତିକ


– ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିଲା , ରାୟପୁରରେ ଜରୁରୀ ଅବତରଣ
ଭୁବନେଶ୍ୱର, ୦୮ ନଭେମ୍ବର – ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ ଘଟିବାରୁ ରାୟପୁରଠାରେ ଜରୁରୀ ଅବତରଣ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏଥିରେ ଥିବା ସମସ୍ତ ୮୯ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନର ପଛ ଭାଗରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ବୋଲି ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନଘାଟିର କର୍ତୃପକ୍ଷ ପ୍ରକାଶ କରିଛନ୍ତି । ତଦନ୍ତ ପରେ ନିଆଁଲାଗିବାର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।
ଯାତ୍ରୀମାନଙ୍କ କହିବା ଅନୁଯାୟୀ ବିମାନ ଛାଡ଼ିବାର ଅଧଘଂଟାଏ ପରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ଜରୁରୀ ଅବତରଣ କରିଥିଲା । ଯାତ୍ରୀମାନେ ଜୟଜଗନ୍ନାଥ ବୋଲି ଚିକ୍ରାର କରିଥିଲେ । ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତେ ରକ୍ଷା ପାଇଛନ୍ତି ବୋଲି ଯାତ୍ରୀମାନେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା