Connect with us

ଓଡିଶା

ଆ କା ମା ବୈ…

ସାଙ୍କେତିକ

ଆ କା ମା ବୈ…
ଭୁବନେଶ୍ୱର, ୧୨ ନଭେମ୍ବର – ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ଅଂଚଳରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ମଙ୍ଗଳବାର ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଲୋକେ । ଶ୍ରଦ୍ଧାଳୁମାନେ ଆ କା ମା ବୈ, ପାନ ଗୁଆ ଥୋଇ, ଗାଇ ଡଙ୍ଗା ଭସାଇଥିଲେ ।

କଟକର ମହାନଦୀ ଓ କାଠଯୋଡ଼ି ନଦୀରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଉଭୟ କଦଳୀ ପାଟୁକା , ସୋଲ ଓ କାଗଜରେ ନିର୍ମିତ ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ । ସେହିଭଳି ରାଜଧାନୀ ଭୁବନେଶ୍ୱରର ବିନ୍ଦୁ ସାଗର, ଦୟା , ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ସମୁଦ୍ର କୂଳ ରେ ଡଙ୍ଗା ଭସାଇବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ସେହିପରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ପୂର୍ବେ ଓଡ଼ିଆ ସାଧବ ପୁଅ ବ୍ୟବସାୟ ପାଇଁ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରୁଥିଲେ । ଜାଭା, ସୁମାତ୍ରା ଓ ବାର୍ଲି ଭଳି ଅଂଚଳକୁ ଯିବା ପାଇଁ କାର୍ତିକ ପୂର୍ଣ୍ଣିମା ଶୁଭ ଲଗ୍ନ ଥିଲା । ତେଣୁ ଓଡ଼ିଶାର ସେହି ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ କାର୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଯାଏ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା