Connect with us

ଦେଶ

ଏୟାରସେଲ୍-ମ୍ୟାକ୍ସିସ୍ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଇଡି

ସାଙ୍କେତିକ ଚିତ୍ର

ଏୟାରସେଲ୍-ମ୍ୟାକ୍ସିସ୍ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଇଡି
ଚଦାମ୍ବରମ ଅଭିଯୁକ୍ତ ନମ୍ବର-୧
ନୂଆଦିଲ୍ଲୀ,୨୫ା୧୦ : ଏୟାରସେଲ୍-ମ୍ୟାକ୍ସିସ୍ କେସରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଟିଆଲା ହାଉସକୋର୍ଟରେ ଗୁରୁବାର ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ ପି.ଚିଦାମ୍ବରମଙ୍କୁ ଏକ ନମ୍ବର ଅଭିଯୁକ୍ତ ଦର୍ଶାଯାଇଛି । ଏହି ମାମଲାରେ ମୋଟ ନଅଜଣଙ୍କୁ ଅଭିଯୁକ୍ତ କରାଯାଇଛି । ଅନ୍ୟପଟେ ଏଆଇଏନ୍ଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପଟିଆଲା ହାଉସ କୋର୍ଟ ଚାର୍ଜସିଟ୍ ଉପରେ ନଭେମ୍ବର ୨୬ରେ ଶୁଣାଣି କରିବାକୁ ତାରିଖ ନିର୍ଦ୍ଧାରିତ କରିଛନ୍ତି । ଏହା ପୂର୍ବରୁ ଆଜି ସକାଳେ ଚିଦାମ୍ବରମଙ୍କୁ ଆଇଏନ୍ଏକ୍ସ ମିଡଇଆ କେସରେ ଦିଲ୍ଲୀ ହାଇକୋର୍ଟରୁ କିଛିଟା ଆଶ୍ୱସ୍ତି ମିଳିଥିଲା । ଏହି ମାମଲାରେ କୋର୍ଟ ଚିଦାମ୍ବରମଙ୍କ ଗିରଫଦାରୀ ଉପରେ ନଭେମ୍ବର ୨୯ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି । ଏହାପୂର୍ବରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ତାଙ୍କର ଗିରଫଦାରୀ ଉପରେ ରୋକ୍ ଲାଗିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ