Connect with us

ଦେଶ

ସିଭିସି ଯାଞ୍ଚରେ ସତ୍ୟ ସାମ୍ନାକୁ ଆସିବ : ଜେଟଲୀ

ସାଙ୍କେତିକ ଚିତ୍ର

ସିଭିସି ଯାଞ୍ଚରେ ସତ୍ୟ ସାମ୍ନାକୁ ଆସିବ : ଜେଟଲୀ
ନୂଆଦିଲ୍ଲୀ,୨୬ା୧୦ : ସିବିଆଇ ବିବାଦରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅରୁଣ ଜେଟଲି ସ୍ୱାଗତ କରିଛନ୍ତି । ଏହି ମାମଲାରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି ଯେ, ସିଭିସି ଯାଞ୍ଚରେ ସମସ୍ତ ସତ୍ୟତା ସାମ୍ନାକୁ ଆସିବ । ସରକାର କାହାର ସପକ୍ଷ କିମ୍ବା ବିପକ୍ଷରେ ନାହାନ୍ତି । ସିବିଆଇର ସ୍ୱତନ୍ତ୍ରତା କାୟମ ରହିବ । ସିବିଆଇ ଯାଞ୍ଚ ସମ୍ପୂର୍ଣ୍ଣ ରୂପରେ ନିରପେକ୍ଷ ରହିବ ।

ଆଜି ନ୍ୟାୟାଳୟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସକରାତ୍ମକ । ଅରୁଣ ଜେଟଲୀ କହିଛନ୍ତି ଯେ, ଯେଉଁ ବିଭାଗ ସମସ୍ତ ଭ୍ରଷ୍ଟାଚାର ଯାଞ୍ଚ କରୁଛି ସେହି ବିଭାଗର ଦୁଇ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ନ୍ୟାୟାଳୟ ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ପୁଣିଥରେ ବଂଚିତ କରିଛନ୍ତି । ସିବିଆଇ ବିବାଦ ସମ୍ବନ୍ଧରେ କୌଣସି ବ୍ୟକ୍ତି ସହ କେନ୍ଦ୍ର ସରକାରଙ୍କ ସହ କୌଣସି ସମ୍ପର୍କ ନାହିଁ । ସିଭିସି ସାମ୍ନାରେ ସିବିଆଇ ଉତ୍ତରଦାୟୀ । ଅଫିସରଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତି ସିଭିସି ନେଇଥିଲା ଏବଂ ଏହାକୁ କେନ୍ଦ୍ର ସରକାର ସ୍ୱାଗତ କରିଥିଲେ । କେନ୍ଦ୍ର ସରକାର ସାମ୍ବିଧାନିକ ନିଷ୍ପତ୍ତିକୁ ଅଖଣ୍ଡ ରଖିଛନ୍ତି ।

ସୂଚନାଥାଉ କି, ସିବିଆଇ ବିବାଦ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଛୁଟିରେ ପଠାଇଥିଲେ । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଲୋକ ବର୍ମା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଜି ତାଙ୍କ ପିଟିସନରେ ସୁପ୍ରିମକୋର୍ଟ ଶୁଣାଣି କରିବା ସମୟରେ କହିଛନ୍ତି ଯେ, ୧୦ଦିନ ମଧ୍ୟରେ ସିଭିସି ଏହି ମାମଲାର ତଦନ୍ତ ଶେଷ କରିବ ଏବଂ ଦୀପାବଳୀ ପର୍ଯ୍ୟନ୍ତ ଦୁଇ ଅଧିକାରୀ ଛୁଟିରେ ରହିବେ । ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ ତାରିଖରେ ହେବ ବୋଲି ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ