Connect with us

ଦେଶ

ଏସ୍ବିଆଇ ଋଣ ଭରଣା ପାଇଁ ୫ଟି ରାଜ୍ୟରେ ବିଜୁଳି ଶୁଳ୍କ ବଢ଼ିଲା

ସାଙ୍କେତିକ ଚିତ୍ର

ଏସ୍ବିଆଇ ଋଣ ଭରଣା ପାଇଁ ୫ଟି ରାଜ୍ୟରେ ବିଜୁଳି ଶୁଳ୍କ ବଢ଼ିଲା
ନୂଆଦିଲ୍ଲୀ,୪ା୧୨ : ଦେଶରେ କୋଇଲାରେ ପରିଚାଳିତ ତାପଜ ବିଦ୍ୟୁତ୍ ପ୍ରକଳ୍ପଗୁଡିକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ରାଜ୍ୟରେ ଟାଟା, ଆଦାନୀ ଓ ଏସାର ପରି କମ୍ପାନୀର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ତାପଜ ବିଦ୍ୟୁତ୍ ପ୍ରକଳ୍ପ ଗୁଡିକର ଏଭଳି ପରିସ୍ଥିତି ବିଦେଶୀ କୋଇଲା ଯୋଗୁଁ ହୋଇଥିବା ଅଭିଯୋଗ ହୋଇଛି । ଏହି କ୍ଷତି ଭରଣା କରିବାକୁ ଗୁଜରାଟ ସରକାର ଜନସାଧାରଣଙ୍କ ବିଜୁଳି ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି ଫଳରେ କେବଳ ଗୁଜରାଟ କାହିଁକି ରାଜ୍ୟରୁ ବିଜୁଳି କିଣୁଥିବା ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଓ ହରିୟାଣା ଭଳି ରାଜ୍ୟର ବିଜୁଳି ଶୁଳ୍କ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି ।

ଉପରୋକ୍ତ ରାଜ୍ୟ ଗୁଡିକ ନିଜ ବିଦ୍ୟୁତ୍ ଚାହିଦା ପୂରଣ କରିବା ନିମନ୍ତେ ଗୁଜରାଟ ତାପଜ ବିଦ୍ୟୁତ୍ ପ୍ରକଳ୍ପରୁ ଉତ୍ପାଦିତ ବିଜୁଳି ଟାଟା, ଆଦାନୀ ଓ ଏସାର ପାଖରୁ କିଣୁଛନ୍ତି । ପ୍ରମୁଖ ୩ଟି କମ୍ପାନୀର ତାପଜ ବିଦ୍ୟୁତ୍ ପ୍ରକଳ୍ପରୁ ମୋଟ୍ ୧୦ ହଜାର ମେଗାୱାଟ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହେଉଛି । ଇଣ୍ଡୋନେସିଆରୁ କିଣା ଯାଉଥିବା କୋଇଲାର ଉତ୍ପାଦନଠାରୁ ଚାହିଦା ଅଧିକ ହେବାରୁ ଏହାର ମୁଲ୍ୟ କ୍ରମଶଃ ବଢ଼ିବାରେ ଲାଗିଛି । ଅନ୍ତରାଷ୍ଟ୍ରୀୟ ବଜାରରେ କୋଇଲାର ମୂଲ୍ୟ କ୍ରମଶଃ କମିବାକୁ ଲାଗିଥିବା ବେଳେ ଇଣ୍ଡୋନେସିଆରେ କୋଇଲା ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । ଫଳରେ ଇଣ୍ଡୋନେସିଆ ସରକାର କୋଇଲାର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ ।

୨୦୧୦ରେ ଇଣ୍ଡୋନେସିଆ ସରକାର କୋଲ ମାଇନିଂ ପ୍ରସେସିଂ ଫର୍ମୁଲାରେ ପରିବର୍ତ୍ତନ କରିଥିଲେ । ଏହାଦ୍ୱାରା ଅଦ୍ୟାବଧି ଅନ୍ତରାଷ୍ଟ୍ରୀୟ ବଜାରରେ ସବୁଠାରୁ ଶସ୍ତାରେ ଇଣ୍ଡୋନେସିଆ କୋଇଲା ଉପଲବ୍ଧ ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀ ଗୁଡିକ ଇଣ୍ଡୋନେସିଆ କୋଇଲା ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କରିବା ଆରମ୍ଭ କରିଥିଲେ । ଇତିମଧ୍ୟରେ ଇଣ୍ଡୋନେସିଆ କୋଇଲା କମ୍ପାନୀ ଗୁଡିକ ମୂଲ୍ୟ ବୃଦ୍ଧି ଭାରତୀୟ ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିକଟ ଭବିଷ୍ୟତରେ ମଧ୍ୟ ଯେତେଥର ଇଣ୍ଡୋନେସିଆ କୋଇଲାର ମୂଲ୍ୟ ବଢ଼ିବ ଭାରତୀୟ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅଧିକ ବିଦ୍ୟୁତ୍ ଶୁଳ୍କ ଦେବାକୁ ପଡିବ ଏଥିରେ ସନ୍ଦେହ ନାହିଁ । ଉପରୋକ୍ତ ସମସ୍ତ ଥର୍ମାଲ ପ୍ଲାଣ୍ଟ ଏସ୍ବିଆଇର ଆର୍ଥିକ ସହଯୋଗରେ ପରିଚାଳିତ ହେଉଛି । ତେଣୁ କମ୍ପାନୀ କ୍ଷତିର ସମ୍ମୁଖୀନ ହେଲେ ଏସ୍ବିଆଇ ମଧ୍ୟ କ୍ଷତିର ସମ୍ମୁଖୀନ ହେଉଛି ।

ଏସ୍ବିଆଇର ଅଡିଟରେ ଉପରୋକ୍ତ ତାପଜ ବିଦ୍ୟୁତ୍ ପ୍ରକଳ୍ପ ଗୁଡିକ କ୍ଷତିର ସମ୍ମୁଖୀନ ହେଉଥିବା ଦର୍ଶାଯାଇଛି । ଏଭଳି ପରିସ୍ଥିତିରେ ବିଦ୍ୟୁତ୍ ପ୍ରକଳ୍ପ ଚଲାଇ ରଖିବାକୁ ହେଲେ ଅଧିକ ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି । ନଚେତ ଏହି କାରଖାନାଗୁଡିକ ନନ୍ ପାର୍ଫୋମିଂ ପ୍ଲାଣ୍ଟରେ ପରିଣତ ହେବାର ସମ୍ଭାବନା ରହିଛି । ଏଭଳି ହେଲେ ଉକ୍ତ କାରଖାନାକୁ ଋଣ ଆକାରରେ ଦେଇଥିବା ଟଙ୍କା ବୁଡିବାର ସମ୍ଭାବନା ରହିଛି । ସମସ୍ତ ଦିଗକୁ ଅନୁଧ୍ୟାନ କରି ଗୁଜରାଟ ସରକାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ ଜନସାଧାରଣଙ୍କ ମୁଣ୍ଡରେ ବିଦ୍ୟୁତ୍୍ ଶୁଳ୍କର ବୋଝ ଲଦି ଦେଇ ଏସ୍ବିଆଇ ଓ ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଙ୍କୁ ଆର୍ଥିକ ବୋଝମୁକ୍ତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ