Connect with us

ଦେଶ

ରେପୋ ରେଟ୍ ଅପରିବର୍ତ୍ତିତ

ସାଙ୍କେତିକ ଚିତ୍ର

ରେପୋ ରେଟ୍ ଅପରିବର୍ତ୍ତିତ
ମୁମ୍ବାଇ,୫ା୧୨ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଧବାର ମୁଦ୍ରାନୀତି ସମୀକ୍ଷା ବୈଠକ ପରେ ସୁଧ ହାର ଅପରିବର୍ତ୍ତିତ ରଖିଥିବା ଘୋଷଣା କରିଛି । ଏହି କ୍ରମରେ ସୁଧ ହାର ବା ରେପୋ ରେଟ୍ (ଆରବିଆଇଠାରୁ ବ୍ୟାଙ୍କ ଗୁଡିକ ନେଉଥିବା ସ୍ୱଳ୍ପମିଆଦି ଋଣର ସୁଧ ହାର) ୬.୫୦% ଏବଂ ରିଭର୍ସ ରେପୋ ରେଟ୍ (ବାଣିଜ୍ୟିକ ବ୍ୟାଙ୍କଠାରୁ ଆରବିଆଇ ନେଉଥିବା ଋଣର ସୁଧ ହାର) ୬.୨୫% ଅପରିବର୍ତ୍ତିତ ରହିଛି । ବୈଠକରେ ମୁଦ୍ରାନୀତି କମିଟି (ଏମ୍ପିସି)ର ସମସ୍ତ ୬ ସଦସ୍ୟ ରେପୋ ରେଟ୍ ସ୍ଥିର ରଖିବା ସପକ୍ଷରେ ମତଦାନ କରିଥିଲେ ।

ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ବ୍ୟାଙ୍କର ଋଣ ଏବଂ ଜମାର ସୁଧ ହାରରେ ପରିବର୍ତ୍ତନ ହେବ ନାହିଁ ବୋଲି ଆଶା କରାଯାଉଛି । ରେପୋ ରେଟ୍ ବୃଦ୍ଧି ଘଟିଥିଲେ ବ୍ୟାଙ୍କର ଋଣ ଏବଂ ଜମାରେ ସୁଧ ହାର ବଢ଼ିଥାଏ । ରେପୋ ରେଟ୍ ହ୍ରାସ ଘଟିଲେ ବ୍ୟାଙ୍କ ଋଣ ଏବଂ ଜମାରେ ସୁଧ ହାର କମିଥାଏ । ଆରବିଆଇ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୭.୪% ରହିବ ବୋଲି ଅନୁମାନ କରିଛି । ସେହିପରି ଆସନ୍ତା ଆର୍ଥିକ ବର୍ଷ (୨୦୧୯-୨୦)ର ପ୍ରଥମ ୬ ମାସ (ଅପ୍ରେଲ-ସେପ୍ଟେମ୍ବର) ମଧ୍ୟରେ ଡିଜିପି ଅଭିବୃଦ୍ଧି ହାର ୭.୫% ରହିବ ବୋଲି ଅଶା ବ୍ୟକ୍ତ କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ