Connect with us

ସଂକ୍ଷେପ

ଏନ ଆର ସି କୁ ସୁପ୍ରିକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୭ା୮ : ଗଣମାଧ୍ୟମରେ ସାକ୍ଷାତକାରକୁ ନେଇ ଜାତୀୟ ନାଗରିକ ପଞ୍ଜିକା (ଏନ ଆର ସି)ର ଅଧ୍ୟକ୍ଷ ପ୍ରତୀକ ହାଜେଲାଙ୍କୁ ସୁପ୍ରିକୋର୍ଟ ମଙ୍ଗଳବାର ଦିନ ଭର୍ତ୍ସନା କରିଛନ୍ତି । ଯେଉଁ ଲୋକଙ୍କ ନାମ ଏନ ଆର ସି ଚିଠା ତାଲିକାରେ ନାହିଁ ସେମାନେ ନୂଆ ଦସ୍ତାବିଜ୍ ଦାଖଲ କରନ୍ତୁ ବୋଲି କହିବାକୁ ପ୍ରତୀକ ହାଜେଲା କିଏ ? ବୋଲି ସୁପ୍ରିକୋର୍ଟ ପ୍ରଶ୍ନ କରିଛନ୍ତି । ଏହାସହ ଅଦାଲତ ଅବମାନନା ଅଭିଯୋଗରେ କାହିଁକି ତମକୁ ଜେଲ ପଠାଯିବ ନାହିଁ ? ବୋଲି ସୁପ୍ରିକୋର୍ଟ ହାଜେଲାଙ୍କୁ ଜବାବ ମାଗିଥିଲେ । ନିକଟରେ ଏକ ଖବରକାଗଜରେ ପ୍ରକାଶ ପାଇଥିବା ହାଜେଲାଙ୍କ ସାକ୍ଷାତକାରକୁ ନେଇ ସୁପ୍ରିକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆପଣଙ୍କ କାମ ପଞ୍ଜିକା ପ୍ରସ୍ତୁତ କରିବା, ଗଣମାଧ୍ୟମକୁ ବିବରଣୀ ଦେବା ନୁହେଁ ବୋଲି କୋର୍ଟ କହିଥିଲେ । ଭବିଷ୍ୟତରେ ସତର୍କ ରୁହ ଏବଂ କୋର୍ଟ ନିର୍ଦ୍ଦେଶ ମୁତାବକ କାର୍ଯ୍ୟକର ବୋଲି ସୁପ୍ରିକୋର୍ଟ ହାଜେଲାଙ୍କୁ ଚେତାବନୀ ଦେଇଥିଲେ । ଏଭଳି କହିବାକୁ , କିଏ ତାଙ୍କୁ ଅନୁମତି ଦେଲା ? ବୋଲି କୋର୍ଟ ପ୍ରଶ୍ନ କରିଥିଲେ ଓ ଗଣମାଧ୍ୟମରେ ଏପରି ଟିପ୍ପଣୀ ଦେବା ଠିକ୍ ନୁହେଁ ବୋଲି ସୁପ୍ରିକୋର୍ଟ ପ୍ରକାଶ କରିଥିଲେ । ଏହାସହ ସୁପ୍ରିକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ଦେଶର ବିଭିନ୍ନ ଭାଗରେ ଘଟୁଥିବା ଏଭଳି ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ କ’ଣ ଯୋଜନା ରହିଛି ତାହା ଜଣାଇବାକୁ କହିଥିଲେ । ଶେଷରେ ହାଜେଲା କ୍ଷମା ପ୍ରାର୍ଥନା କରିଥିଲେ ଓ ଆର ଜି ଆଇଙ୍କ ପରାମର୍ଶ କ୍ରମେ ସେ ଗଣମାଧ୍ୟମ ପାଖକୁ ଯାଇଥିଲେ ବୋଲି କହିଥିଲେ । ଉଲ୍ଲେଖ ଯେ, ଆସାମ ଏନ ଆର ସି ର ଦ୍ୱିତୀୟ ତଥା ଚୂଡାନ୍ତ ତାଲିକା ଗତ ସୋମବାର ପ୍ରକାଶ ପାଇଥିଲା ।ଏନ ଆର ସି ରେ ୨ କୋଟି ୯୦ଲକ୍ଷଙ୍କୁ ସାମିଲ କରାଯାଇଛି । ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ କହିବା ଅନୁଯାୟୀ ଏନ ଆର ସିରେ ପଞ୍ଜୀକରଣ ପାଇଁ ଆସାମରୁ ମୋଟ ୩,୨୯,୯୧,୩୮୪ ନାଗରିକ ଆବେଦନ କରିଥିଲେ । ସେଥିରୁ ୨,୮୯,୮୩,୬୭୭ଙ୍କୁ ଯୋଗ୍ୟ ବିଚେନା ପୂର୍ବକ ଏନ ଆର ସି ରେ ସାମିଲ କରାଯାଇଛି । ଅବଶିଷ୍ଟ ୪୦ଲକ୍ଷ ୦୭ ହଜାରଙ୍କୁ ବାଦ୍ ଦିଆଯାଇଛି । ଏହାପୂର୍ବରୁ ଜାନୁଆରୀ ୧ରେ ପ୍ରଥମ ଏନ ଆର ସି ପ୍ରକାଶ ପାଇଥିଲା ଓ ସେଥିରେ ୧୯୦ କୋଟି ନାଗରିକଙ୍କୁ ତାଲିକାଭୁକ୍ତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ସଂକ୍ଷେପ