Connect with us

ଆଞ୍ଚଳିକ

ଲଗାଣ ବର୍ଷାରେ ବୁଡିଲା ସ୍ମାର୍ଟ ସିଟି – କାର,ବସ ,ମାଟରସାଇକଳ ଭାସିଲା

ସାଙ୍କେତିକ

ଲଗାଣ ବର୍ଷାରେ ବୁଡିଲା ସ୍ମାର୍ଟ ସିଟି – କାର,ବସ ,ମାଟରସାଇକଳ ଭାସିଲା

ଭୁବନେଶ୍ୱର , ୨୪ ଅକ୍ଟୋବର – ଲଗାଣ ବର୍ଷାରେ ପୁଣି ବେହାଲ ହେଲା ୧ ନମ୍ବର ସ୍ମାର୍ଟସିଟି ଭୁବନେଶ୍ୱର । ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜଧାନୀର ପ୍ରମୁଖ ରାସ୍ତାରୁ ଆରମ୍ଭ କରି ତଳିଆ ଅଂଚଳ ପର୍ଯ୍ୟନ୍ତ ସବୁଠି ଥିଲା ଜଳମଗ୍ନ ଅବସ୍ଥା । ଏଥିପାଇଁ ରାଜଧାନୀବାସୀ ହଇରାଣ ହରକତ ହେବା ସହ ଛୋଟ ବଡ ଦୁର୍ଘଟଣାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି ।
ବୁଧବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଗୁରୁବାର ମଧ୍ୟ ଜାରୀ ରହିଥିଲା । ଭୁବନେଶ୍ୱରର ନୟାପଲ୍ଲୀ, ଚିନ୍ତାମଣିଶ୍ୱର, ଗ୍ୟାରେଜ ଛକ, ଲକ୍ଷ୍ମୀସାଗର ଓ ଭିଏସ୍ଏସ୍ ନଗର ତଳିଆ ଅଂଚଳ ଜଳମଗ୍ନ ହୋଇଯାଇଥିଲା । ଲକ୍ଷ୍ମୀସାଗର ଛକ ଉପରେ ପାଣି ଲହଡି ମାରୁଥିବାରୁ ଟ୍ରାଫିକ୍ ବ୍ୟବସ୍ଥା ଠପ୍ ହୋଇଯାଥିଲା । ଲକ୍ଷ୍ମୀସାଗରରୁ ରସୁଲଗଡ ଛକ ପର୍ଯ୍ୟନ୍ତ ଗାଡି ଗୁଡିକ ଅଟକି ରହିଥିଲା । ଏପରିକି ଟ୍ରାଫିକ୍ କର୍ମଚାରୀ ଓ ସ୍ଥାନୀୟ ଯୁବକ ଯାତ୍ରୀ ମାନଙ୍କୁ ପାଣି ଘେରରୁ ଧରି ଧରି ନେଉଥିବାର ଦେଖାଯାଇଥିଲା । ଦେଖଣାହାରୀଙ୍କ ଭିଡଯୋଗୁଁ ରାସ୍ତାଘାଟ ଲୋକାରଣ୍ୟ ହୋଇଯାଇଥିଲା ।
କେବଳ ସେତିକି ନୁହେଁ ରାଜଧାନୀର ବିଭିନ୍ନ ଅଂଚଳରେ ଲୋକମାନଙ୍କ ଘରେ ପାଣି ପଶିଯାଇଥିଲା । ନୟାପଲ୍ଲୀ , ଆଚାର୍ଯ୍ୟ ବିହାର , ପଥରବନ୍ଧ ବସ୍ତି ରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ଭିଏସ୍ଏସ୍ ନଗର ପଥରବନ୍ଧ ବସ୍ତିର ନାନା ହସନ୍ତସନ୍ତ ହୋଇଥିଲେ । ଲୋକଙ୍କ ଘରେ ପଶିଆସିଥିଲା ବର୍ଷା ପାଣି । ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବାରୁ ଲୋକେ ବାହାରକୁ ବାହାରି ପାରିନଥିଲେ । ଏପରିକି କେତେକ ଘରେ ରୋଷେଇ ବାସ ଠପ୍ ପଡ଼ିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ