Connect with us

ଓଡିଶା

ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଜିଲ୍ଲାପାଳଙ୍କ କର୍ମଶାଳା l

ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଜିଲ୍ଲାପାଳଙ୍କ କର୍ମଶାଳା l

ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଜିଲ୍ଲାପାଳଙ୍କ କର୍ମଶାଳା
ଭୁବନେଶ୍ୱର,୩୧ା୮ : ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ସର୍ବ ଦଳୀୟ ବୈଠକ ପରେ ଗୋପବନ୍ଧୁ ଏକାଡେମୀ ଠାରେ ଜିଲ୍ଲାପାଳମାନଙ୍କର ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ନେଇ ଏକ ପ୍ରାଥମିକ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି କର୍ମଶାଳା ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୧୦ଟି ଜିଲ୍ଲାର ଇଭିଏମ୍ ଏବଂ ଭିଭିପାଟ୍ ଯାଂଚ କରାଯିବ । ପରବର୍ତୀ ସମୟରେ ଅନ୍ୟାନ୍ୟ ଜିଲ୍ଲାର ଇଭିଏମ୍ ଓ ଭିଭିପାଟ୍ ଯାଂଚ କରାଯିବ । ଜିଲ୍ଲାପାଳଏବଂ ରାଜନୈତିକ ଦଳଙ୍କ ଉପସ୍ଥିତିରେ ଏହି ଯାଂଚ କରାଯିବ ।

ଆଜିର ବୈଠକରେ ୨୭ଟି ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତଥିଲାବେଳେ ଅନ୍ୟ ୩ଟି ଜିଲ୍ଲାର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ଏମାନଙ୍କ ବ୍ୟତୀତ ନିର୍ବାଚନ ଆୟୋଗର ୨ ଜଣ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳ ମାନେ ଯେଉଁ ତାଲିମ ଏଠାରେ ନେଲେ ସେମାନେ ଅନୁରୂପ ଭାବେ ଜିଲ୍ଲାସ୍ତରରେ ଆଉ ଏକ କର୍ମଶାଳା କରି ନିର୍ବାଚନ ସହ ସଂଶ୍ଲିଷ୍ଟ ଅଧିକାରୀ ଓ କର୍ମଚାରୀମାନଙ୍କୁ ତାଲିମ୍ ଦେବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା